banner
Breaking

ରାଜଧାନୀରେ ଦୁଇ ଛାତ୍ର କରୋନା ପଜିଟିଭ।

0

ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜଧାନୀର କ୍ୟାପିଟାଲ ହାଇସ୍କୁଲର ଦୁଇ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଛାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ମଧ୍ୟରେ ବୁଧବାର କ୍ୟାପିଟାଲ ହାଇସ୍କୁଲର ୩୭୨ ଜଣ ଛାତ୍ରୀଛାତ୍ରଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା।ପରେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପଜିଟିଭ ଚିହ୍ନଟ ଦୁଇ ଛାତ୍ରଙ୍କୁ କ୍ୱାରାଣ୍ଟାଇନ୍‌ ରଖାଯାଇଥିବା ବେଳେ ଅନ୍ୟ ଛାତ୍ରୀଛାତ୍ରଙ୍କ ରିପୋର୍ଟ ନେଗେଟିଭ ବାହାରି ଥିବା ନେଇ ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.