banner
Breaking

କମିଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା

0

ଭୁବନେଶ୍ୱର,୬/୧୨(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୬୨ ଓ ସ୍ଥାନୀୟ ସଂକ୍ରମିତ ୪୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୯ ଜଣ ଅଛନ୍ତି । ରାଜ୍ୟର ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୧, ବରଗଡ ୨, ଭଦ୍ରକ ୧, କଟକ ୪, ଗଞ୍ଜାମ ୪, ଯାଜପୁର ୫ ଓ କନ୍ଧମାଳରେ ଜଣେ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ୪, କେନ୍ଦୁଝର ୫, ଖୋର୍ଦ୍ଧା ୪୮, ମୟୁରଭଞ୍ଜ ୧୦, ନୟାଗଡ ୨, ସମ୍ବଲପୁର ୨, ସୁନ୍ଦରଗଡ ୧ ଓ ଷ୍ଟେଟପୁଲରୁ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୧୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୨୦୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।
ଏଥିସହିତ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ପୁରୀ ଜିଲାର ବୋଲି ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧିପାଇଛି ।

Khansweb Solution Bhubaneswar

Leave A Reply

Your email address will not be published.