banner
Breaking

ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

0

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ତାଞ୍ଜାନିଆରୁ ଫେରିଥିବା କୁହାଯାଉଛି। ଏନେଇ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକାନ୍ତଙ୍କ ବୟସ ୩୭ ବର୍ଷ ବୋଲି କୁହାଯାଉଛି।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ନରେନ୍ଦ୍ର ଜୈନ ରବିବାର କହିଛନ୍ତି ଯେ, ଦିଲ୍ଲୀରୁ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ୧୭ କରୋନା ପଜିଟିଭ୍‌ ଲୋକଙ୍କୁ ଅଧିକ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିହ୍ନଟ ହୋଇଥିବା ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଏକ ଅଲଗା ଓ୍ବାର୍ଡରେ ଆଇସୋଲେଟ୍‌ କରି ରଖାଯାଇଥିବା ସେ କହିଛନ୍ତି।

୧୭ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୧୨ ଜଣଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରାଯାଇଛି। ସୋମବାର ଫାଇନାଲ ରିପୋର୍ଟ ମିଳିବ ବୋଲି ସେ କହିଛନ୍ତି।

ତେବେ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଆତଙ୍କ ଦେଖାଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.