banner
Breaking

ଫେବୃଆରୀରେ ଭାରତ ସ°କ୍ରମଣ ଶୀର୍ଷ ଛୁଇଁବ

0

ନୂଆଦିଲ୍ଲୀ,୫।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଇତିମଧ୍ୟରେ ବହୁ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଓମିକ୍ରନ୍‌ ଦ୍ୱାରା ଯୁବବର୍ଗ ଏବଂ ବୟସ୍କ ଲୋକଙ୍କ ସହିତ ୫ ବର୍ଷରୁ କମ ବୟସ୍କ ପିଲା ଓ ଗର୍ଭବତୀ ମହିଳା ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଭାରତରେ ଓମିକ୍ରନ୍‌ ୨୦୨୨ ଜାନୁୟାରୀ ଶେଷ ଅବା ଫେବୃୟାରୀ ପ୍ରଥମ ସପ୍ତାହରେ ଶୀର୍ଷରେ ପହଞ୍ଚିବା ସହିତ ଦେଶରେ ତୃତୀୟ ଲହରର ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବ ବୋଲି ଆଇଆଇଟିର ପ୍ରଫେସର ପଦ୍ମଶ୍ରୀ ମଣିନ୍ଦ୍ର ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଏହାକୁ ନେଇ ଏବେ ପୁଣି ଦେଶରେ ବିପଦ ଘନେଇବା ସହିତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ତୃତୀୟ ଲହର ଦ୍ୱିତୀୟ ଅପେକ୍ଷା କମ ସାଂଘାତିକ ହେବ ବୋଲି ନୂତନ ଅଧ୍ୟୟନରେ ମଣିନ୍ଦ୍ର ଅଗ୍ରୱାଲ ଦାବି କରିଛନ୍ତି। ତାଙ୍କର ଗାଣିତିକ ମଡେଲ ଫର୍ମୁଲା ଆଧାରରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଫେସର ଦକ୍ଷିଣ ଆଫ୍ରିକାରୁ ବ୍ୟାପିଥିବା ଓମିକ୍ରନ ଉପରେ ଅଧ୍ୟୟନ କରି ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ଗବେଷଣା ଅନୁଯାୟୀ, ତୃତୀୟ ଲହରରେ ଶୀର୍ଷ ସମୟରେ ପ୍ରତିଦିନ ଲକ୍ଷେରୁ ଦେଢ଼ଲକ୍ଷ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଼

Khansweb Solution Bhubaneswar

Leave A Reply

Your email address will not be published.