banner
Breaking

କରୋନା ପାଇଁ ଆଉଏକ ଔଷଧ।

0

ମେଲବୋର୍ନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହି ମହାମାରୀକୁ କିଭଳି ରୋକା ଯିବ ସେ ନେଇ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ଆମେରିକା ନର୍ଥଶୟାର ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟି ପାରାସାଇଟ୍‌ ଔଷଧ ଇନଭର୍ଟ ମାଇସିନ୍‌ର ବ୍ୟବହାର ଦ୍ୱାରା ମାତ୍ର ୨ ଦିନରେ କରୋନା ସଂକ୍ରମିତ ଭଲ ହୋଇଯିବେ। ବିଶ୍ୱବିଦ୍ୟାଳୟର ହେଲଥ୍‌ ସିଷ୍ଟମ୍‌ ବିଭାଗର ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ଡ. ନୀରଜ ଶାହା କହିଛନ୍ତି। ଏହି ଔଷଧ ସହଜରେ ପୃଥିବୀବ୍ୟାପୀ ଉପଲବ୍ଧ ହେଉଥିବାବେଳେ ଏହାର ଉପଯୋଗ ସହଜରେ କରାଯାଇ ପାରିବ ବୋଲି ସେ କହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମେଲବୋର୍ନର ମୋନାସା ବାୟୋମେଡ଼ିସିନ୍‌ ଡିସକଭରି ଇନଷ୍ଟିଚ୍ୟୁଟ୍‌ର ଡ. କାଇଲି ଓ୍ବାଙ୍ଗ୍‌ଷ୍ଟାଫ୍‌ କହିଛନ୍ତି ଯେ, ଇନଭର୍ଟ ମାଇସିନ୍‌କୁ ଗୋଟିଏ ଥର ସେବନ କରିବା ଦ୍ୱାରା କରୋନା ଭୂତାଣୁର ଆର୍‌ଏନ୍‌ଏ ୨୪ରୁ ୪୮ ଘଣ୍ଟା ମଧ୍ୟରେ ନଷ୍ଟ ହୋଇଯାଇଥାଏ। ଫ୍ଲୋରିଡ଼ାର ବ୍ରୋବାର୍ଡ ହେଲଥ୍‌ ମେଡିକାଲ ସେଣ୍ଟରର ଡ.ଜ୍ୟାକ୍ସ୍‌ ରେଜ୍ଟର କହିଛନ୍ତି ଯେ, ଇନଭର୍ଟ ମାଇସିନ୍‌ ଦ୍ୱାରା କରୋନା ସଂକ୍ରମିତଙ୍କକ ଚିକିତ୍ସା ଜାରି ରହିଛି। ଏହାର ଉପଯୋଗ ବେଶ୍‌ ସଫଳ ମଧ୍ୟ ରହିଥିବା ସେ କହିଛନ୍ତି। ସେହିପରି ଅଟାଓ୍ବା ବିଶ୍ୱବିଦ୍ୟାଳୟର ଡ. ଅମିତ ପଟେଲ କହିଛନ୍ତି ଯେ, ଭେଣ୍ଟିଲେଟରରେ ଥିବା କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଇନଭର୍ଟ ମାଇସିନ୍‌ ଭଲ ଭାବେ କାର୍ଯ୍ୟ କରୁଛି। ୧୯୭୦-୮୦ରୁ ଇନଭର୍ଟ ମାଇସିନ୍‌ ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ୍‌ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ସ୍ବୀକୃତି ଦେଇଛି। ତେବେ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ୍‌ ପକ୍ଷରୁ କୁହାଯାଇଛି ଯେ, ଇନଭର୍ଟ ମାଇସିନ୍‌ ଉପରେ ଅଧିକ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.