banner
Breaking

ଷଷ୍ଠ କରୋନା ଆକ୍ରାନ୍ତ ନିଜାମୁଦ୍ଦିନରୁ ଫେରିଥିଲେ।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୩ା୪(ଓଡ଼ିଆ ନ୍ୟୁଜ): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା  ସୁବ୍ରତୋ ବାଗଚୀ । ସେ କହିଛନ୍ତିି ଆଜି ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ ସମାବେଶରେ ଯୋଗ ଦେଇଥିଲେ । ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ଅଞ୍ଚଳର ୪ଜଣ । ଜଣେ ଭଦ୍ରକର ଓ ଷଷ୍ଠ ଆକ୍ରାନ୍ତ ଜଣକ ନିଜାମୁଦ୍ଦିନରୁ ଫେରିଥିଲେ । ଓଡ଼ିଶାରେ ଅତ୍ୟନ୍ତ ବିପଦଶଙ୍କୁଳ ବା ଭୟାବହ ପରିସ୍ଥିତି ଆସିନାହିଁ ବୋଲି ବାଗଚୀ କହିଛନ୍ତି ।

କରୋନା ଚେନ୍ ଭାଙ୍ଗିବା ପାଇଁ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ସଟଡାଉନ ରହିବା ନେଇ ଆଜି ଘୋଷଣା କରାଯାଇଛି । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସମ୍ପୂର୍ଣ୍ଣ ସଟଡ଼ାଉନ ରହିବ । ଏହାସହ କଟକ, ଭଦ୍ରକ ମ୍ୟୁନିସପାଲଟି ଅଞ୍ଚଳରେ ମଧ୍ୟ ସଟଡ଼ାଉନ ନିୟମ ଲାଗୁ ହୋଇଛି । ତାଲାବନ୍ଦ ସମୟରେ ଦିଆଯାଇଥିବା ପାସ୍ ଗୁଡ଼ିକ କାମ କରିବ ନାହିଁ ବୋଲି ବାଗଚୀ କହିଛନ୍ତି ।

ସେହିପରି ବିଶ୍ୱରେ ସଂକ୍ରମିତ ଦେଶଙ୍କ ସଂଖ୍ୟା ୨୦୪ରେ ପହଞ୍ଚିଛି । ବିଶ୍ୱରେ କରୋନାରେ ମୃତକଙ୍କ ସଂଖ୍ୟା ୫୩ ହଜାର ୩୨୨ ରେ ପହଞ୍ଚିଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧୩ ନମୁନା ପରୀକ୍ଷା କରାଯାଇଛି । ଏଥି ମଧ୍ୟରୁ ରାଜ୍ୟରେ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତିି ସୁବ୍ରତ ବାଗଚୀ ।

Khansweb Solution Bhubaneswar

Leave A Reply

Your email address will not be published.