banner
Breaking

ଆହୁରି ମାସେ ବଢିଲା କରୋନା କଟକଣା ଅବଧି।

0

ନୂଆଦିଲ୍ଲୀ, ୨୯।୯: କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁତ୍ଥିବାରୁ ଜନସ୍ବାସ୍ଥ୍ୟ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅକ୍ଟୋବର ପାର୍ବଣ ଋତୁ ହୋଇଥିବାରୁ ଗାଇଡ୍‌ଲାଇନ ପାଳନକୁ କଡ଼ାକଡ଼ି କରିବା ପାଇଁ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ପାର୍ବଣ ସମୟରେ କଟକଣା କୋହଳ ହେଲେ ସଂକ୍ରମଣ ପୁଣି ବଢ଼ିପାରେ। ସଂକ୍ରମଣ ହାର, ହସ୍ପିଟାଲରେ କୋଭିଡ୍‌ ରୋଗୀ ସଂଖ୍ୟା ଆଦି ସମ୍ପର୍କରେ ନିୟମିତ ଅନୁଧ୍ୟାନ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.