banner
Breaking

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ୮୩୧୩ ପଜିଟିଭ ଚିହ୍ନଟ ଓ ୩୫ ମୃତ।

0

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ କମିବାରେ ଲାଗିଛି। ସୋମବାର ରାଜ୍ୟରୁ ୮,୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୩୬୫୮ ଟି ହେଉଛି ଲୋକାଲ କେସ।
ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୭୪ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୫୯୩, ମୟୂରଭଞ୍ଜରୁ ୫୩୨ ଓ ଅନୁଗୋଳ ଜିଲାରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲାରୁ ୪୫୨ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗିରରୁ ୧୧୯, ବୌଦ୍ଧରୁ ୨୦୯, ଦେବଗଡ ୫୫, ଢେଙ୍କାନାଳରୁ ୪୦୭, ଗଜପତିରୁ ୮୫, ଗଞ୍ଜାମରୁ ୧୨୯, ଜଗତସିଂହପୁରରୁ ୨୮୦, ଯାଜପୁରରୁ ୩୫୪, ଝାରସୁଗୁଡା ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦, କେନ୍ଦ୍ରାପଡା ୩୩୧, କେନ୍ଦୁଝରରୁ ୧୮୦, କୋରାପୁଟରୁ ୧୯୮, ମାଲକାନଗିରିରୁ ୧୦୩, ନବରଙ୍ଗପୁରରୁ ୨୦୫, ନୟାଗଡ ୨୮୩, ନୂଆପଡା ୫୩, ପୁରୀରୁ ୪୦୫, ରାୟଗଡା ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩ ଓ ସୁନ୍ଦରଗଡ ୪୬୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ୧୬୨ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୭୦ ହଜାର ୫୨୭ ଜଣ ସୁସ୍ଥ ହୋଇସାରିଛନ୍ତି। ୯୧ ହଜାର ୬୬୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୧୪ ଜିଲାରୁ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳରୁ ସର୍ବାଧିକ ରହିଛନ୍ତି। ଅନୁଗୁଳରୁ ୫ , ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। କଟକ,କଳାହାଣ୍ଡି,କେନ୍ଦ୍ରାପଡା, ଖୋର୍ଦ୍ଧା,ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲାରୁ ୩ ଲେଖାଏଁ, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାରୁ ୨ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ନୟାଗଡ ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ କରୋନା ମୃତକଙ୍କ ସଂଖ୍ୟା ୨ହଜାର ୭୫୪ରେ ପହଞ୍ଚିଛି।

Khansweb Solution Bhubaneswar

Leave A Reply

Your email address will not be published.