banner
Breaking

ରାଜ୍ୟରେ ଆଜି ୭,୨୧୬ ପଜିଟିଭ ଚିହ୍ନଟ ଓ ୩୩ ମୃତ।

0

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଦୁଇଦିନ ହେବ ସଂକ୍ରମଣ ମାତ୍ରା କମିଛି। ଶୁକ୍ରବାର ରାଜ୍ୟରେ ୭,୨୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରାଣ୍ଟାଇନ୍‌ରୁ ଥିଲାବେଳେ ୩୧୭୫ ଟି ହେଉଛି ଲୋକାଲ କେସ ରହିଛି। ଆଜି କଟକ ଜିଲାରୁ ସର୍ବାଧିକ୧୦୯୧ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରୁ ୮୦୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲାରୁ ୪୦୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୧୫, ବରଗଢ ୩୩୧, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୧୩୦, ବୌଦ୍ଧରୁ ୧୪୮, ଦେବଗଡ ୬୮, ଢେଙ୍କାନାଳରୁ ୪୨୮, ଗଜପତିରୁ ୩୮, ଗଞ୍ଜାମରୁ ୧୫୦, ଜଗତସିଂହପୁରରୁ ୧୮୩, ଯାଜପୁରରୁ ୨୪୧, ଝାରସୁଗୁଡା ୬୪, କଳାହାଣ୍ଡିରେ ୧୫୦, କନ୍ଧମାଳରେ ୧୦୧, କେନ୍ଦ୍ରାପଡା ୪୮୭, କେନ୍ଦୁଝରରେ ୭୨, କୋରାପୁଟରେ ୨୨୦, ମାଲକାନଗିରିରେ ୧୩୫, ମୟୂରଭଞ୍ଜରେ ୨୭, ନବରଙ୍ଗପୁରରେ ୨୪୨, ନୟାଗଡ ୧୬୪, ନୂଆପଡା ୬୬, ପୁରୀରେ ୧୧୦, ରାୟଗଡା ୨୪୬, ସମ୍ବଲପୁରରେ ୨୪୧, ସୋନପୁରରେ ୭୪ ଓ ସୁନ୍ଦରଗଡ ୧୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୧୪୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ୧୭୯ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ଲକ୍ଷେ ୨ ହଜାର ୭୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨୬୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ରାଜ୍ୟରେ ଶୁକ୍ରବାର କରୋନାରେ ୩୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୫୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡ ଜିଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାରୁ ୩ ଜଣ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା କୋରାପୁଟ ଓ ରାୟଗଡା ଜିଲାରୁ ୨ ଜଣ ଲେଖାଏ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ ନବରଙ୍ଗପୁର ଜିଲାରୁ ଜଣେ ଲେଖାଏ ଜୀବନ ଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.