banner
Breaking

ରାଜ୍ୟରେ ଆଜି ୧୧,୭୬୯ ପଜିଟିଭ ଚିହ୍ନଟ ଓ ସର୍ବାଧିକ ୩୫ ମୃତ।

0

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୭୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୪୧୧୪ ଟି ହେଉଛି ଲୋକାଲ କେସ।
ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦୨୧ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୯୯୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲାରୁ ୮୨୩ ଜଣ, ସୁନ୍ଦରଗଡ ଜିଲାରୁ ୬୯୯ ଜଣ, ବରଗଡ ଜିଲାରୁ ୨୫୭ ଜଣ, ଭଦ୍ରକରୁ ୪୬୧, ବଲାଙ୍ଗିରରୁ ୧୭୦, ବୌଦ୍ଧରୁ ୨୦୬, ଦେବଗଡ ୮୬, ଢେଙ୍କାନାଳରୁ ୪୪୧, ଗଜପତିରୁ ୭୬, ଗଞ୍ଜାମରୁ ୧୫୮, ଜଗତସିଂହପୁରରୁ ୩୧୫, ଝାରସୁଗୁଡା ୧୮୪, କଳାହାଣ୍ଡିରୁ ୩୫୨, କନ୍ଧମାଳରୁ ୧୪୧, କେନ୍ଦ୍ରାପଡା ୧୯୮, କେନ୍ଦୁଝରରୁ ୧୩୩, ଖୋର୍ଦ୍ଧା ୨୦୨, କୋରାପୁଟରୁ ୨୧୮, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୨୪୯, ନବରଙ୍ଗପୁରରୁ ୩୦୦, ନୟାଗଡ ୩୧୬, ନୂଆପଡା ୫୪, ପୁରୀରୁ ୪୬୨, ରାୟଗଡା ୨୨୩, ସମ୍ବଲପୁରରୁ ୩୪୨ ଓ ସୋନପୁର ଜିଲାରୁ ୨୬୧ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୩୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୧୧ ହଜାର ୨୬୨ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୮୯ ହଜାର ୨୬୨ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ବୁଧବାର କରୋନାରେ ୩୫ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୮୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.