banner
Breaking

ରାଜ୍ୟରେ ଆଜି ୧୦,୯୩୯ ପଜିଟିଭ ଚିହ୍ନଟ ଓ ସର୍ବାଧିକ ୩୩ ମୃତ।

0

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୧୦,୯୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮,୧୭୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪,୭୬୧ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୭ ଲକ୍ଷ ୧୪ ହଜାର ୩୮୦ରେ ପହଞ୍ଚିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୨୯୮ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୮୧୯, ବାଲେଶ୍ୱରରୁ ୩୬୧, ବରଗଡ଼ରୁ ୩୨୩, ଭଦ୍ରକରୁ ୧୪୨, ବଲାଙ୍ଗୀରରୁ ୧୯୫, ବୌଦ୍ଧରୁ ୩୮୫, କଟକରୁ ୯୨୨, ଦେବଗଡ଼ରୁ ୧୦୦, ଢେଙ୍କାନାଳରୁ ୭୬୩, ଗଜପତିରୁ ୪୩, ଗଞ୍ଜାମରୁ ୨୪୫, ଜଗତ୍‌ସିଂହପୁରରୁ ୨୯୧, ଯାଜପୁରରୁ ୪୫୦, ଝାରସୁଗୁଡ଼ାରୁ ୧୯୧, କଳାହାଣ୍ଡିରୁ ୨୪୪, କନ୍ଧମାଳରୁ ୭୭, କେନ୍ଦ୍ରାପଡ଼ାରୁ ୩୨୩, କେନ୍ଦୁଝରରୁ ୧୭୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୨୪୨, ମାଲକାନଗିରିରୁ ୧୦୩, ମୟୂରଭଞ୍ଜରୁ ୬୦୪, ନବରଙ୍ଗପୁରରୁ ୩୬୨ , ନୟାଗଡ଼ରୁ ୨୨୫, ନୂଆପଡ଼ାରୁ ୬୪, ପୁରୀରୁ ୪୫୬, ରାୟଗଡ଼ାରୁ ୧୫୬, ସମ୍ବଲପୁରରୁ ୩୧୯ ସୁବର୍ଣ୍ଣପୁରରୁ ୨୩୧ ଓ ସୁନ୍ଦରଗଡ଼ରୁ ୫୧୨ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୧୭ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୩ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ଏହି ୩୩ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏ ଅଛନ୍ତି। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଜଣ ଲେଖାଏଙ୍କ ମୃତ୍ୟୁ ଘଟିଥିବା ବେଳେ ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଙ୍କ ଜୀବନ ନେଇଛି କରୋନା।

Khansweb Solution Bhubaneswar

Leave A Reply

Your email address will not be published.