banner
Breaking

ରାଜ୍ୟରେ ଆଜି ପୁଣି ୧୧,୦୫୯ ପଜିଟିଭ ଚିହ୍ନଟ ଓ ୩୨ ମୃତ।

0

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୧,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୩ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୪୮୬୬ ଟି ହେଉଛି ଲୋକାଲ କେସ।
ଆଜି କଟକ ଜିଲାରୁ ସର୍ବାଧିକ ୧୧୩୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରୁ ୧୦୧୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲାରୁ ୨୪ ଘଣ୍ଟା ମଧ୍ୟରେ ୮୫୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ରହିଛି ସୁନ୍ଦରଗଡ ଜିଲା। ଏଠାରୁ ୭୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୪୦୦, ବରଗଡ ୩୬୭, ବଲାଙ୍ଗୀର ୧୬୬, ବଉଦ ୨୬୧, ଦେବଗଡ ୧୦୩, ଢେଙ୍କାନାଳ ୩୫୧, ଗଜପତି ୬୭, ଗଞ୍ଜାମ ୧୫୫ ଏବଂ ଜଗତସିଂହପୁରରୁ ୩୩୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଯାଜପୁରରୁ ୫୬୪, ଝାରସୁଗୁଡା ୨୨୮, କଳାହାଣ୍ଡି ୪୦୭, କନ୍ଧମାଳ ୧୦୩, କେନ୍ଦ୍ରାପଡା ୩୦୯, କେନ୍ଦୁଝର ୨୦୦,କୋରାପୁଟରୁ ୧୭୫, ମାଲକାନଗିରି ୯୮, ମୟୁରଭଞ୍ଜ ୬୬୨, ନବରଙ୍ଗପୁର ୩୨୨, ନୟାଗଡ ୨୪୬, ନୂଆପଡା ୪୪, ପୁରୀ ୪୩୦, ରାୟଗଡା ୧୭୭, ସମ୍ବଳପୁର ୩୭୯, ସୋନପୁର ୨୦୪ ଏବଂ ଷ୍ଟେଟପୁଲରୁ ୨୦୩ ଜଣ ନୂଆ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୧୧ ହଜାର ୨୬୨ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୮୯ ହଜାର ୨୬୨ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ସୋମବାର କରୋନାରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧୬ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୩୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି। ଝାରସୁଗୁଡ଼ା, ଗଞ୍ଜାମ ଜିଲାରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ସେହିପରି ଅନୁଗୋଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲାରୁ ଆଉ ୩ ଜଣ ଲେଖାଏ ଏବହ ପୁରୀ, ଗଜପତି ଜିଲାରୁ ଦୁଇ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସୀଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଏହା ବ୍ୟତୀତ ବଲାଙ୍ଗିର, କଟକ, କେନ୍ଦୁଝର, ନୟାଗଡ଼ ଓ ସମ୍ବଲପୁର ଜିଲାରୁ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.