banner
Breaking

ରେକର୍ଡ ଭାଙ୍ଗିଲା କରୋନା। ରାଜ୍ୟରେ ଆଜି ସର୍ବାଧିକ ପଜିଟିଭ ଓ ମୃତ୍ୟୁ।

0

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୨,୮୫୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୧୯୫ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୫୬୫୭ ଲୋକାଲ୍‌ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯, କଟକରୁ ୧୦୭୩, ଅନୁଗୋଳରୁ ୮୭୪, ବାଲେଶ୍ୱରରୁ ୫୦୮, ବରଗଡ଼ରୁ ୪୬୧, ଭଦ୍ରକରୁ ୧୫୧, ବଲାଙ୍ଗୀରରୁ ୨୭୪, ବୌଦ୍ଧରୁ ୩୪୭, ଦେବଗଡ଼ରୁ ୧୦୫, ଢ଼େଙ୍କାନାଳରୁ ୪୮୨, ଗଜପତିରୁ ୭୭, ଗଞ୍ଜାମରୁ ୩୪୦,ଜଗତସିଂହପୁରରୁ ୩୦୦, ଯାଜପୁରରୁ ୩୩୭, ଝାରସୁୁଗୁଡ଼ାରୁ ୩୯୯, କଳାହାଣ୍ଡିରୁ ୬୬୮, କନ୍ଧମାଳରୁ ୧୦୪, କେନ୍ଦ୍ରାପଡ଼ାରୁ ୨୮୫, କେନ୍ଦୁଝରରୁ ୧୮୦, କୋରାପୁଟରୁ ୨୭୨, ମାଲକାନଗିରିରୁ ୧୧୪, ମୟୂରଭଞ୍ଜରୁ ୫୮୬, ନବରଙ୍ଗପୁରରୁ ୩୪୪, ନୟାଗଡ଼ରୁ ୩୩୧, ନୂଆପଡ଼ାରୁ ୭୦, ପୁରୀରୁ ୪୭୨, ରାୟଗଡ଼ାରୁ ୧୯୮, ସମ୍ବଲପୁରରୁ ୩୫୫, ସୋନପୁରରୁ ୫୫, ସୁନ୍ଦରଗଡ଼ରୁ ୮୪୮ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୩୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୮୪ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ ଏବଂ କଳାହାଣ୍ଡି ଜିଲାରୁ ୪ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଅନୁଗୋଳ ଏବଂ କେନ୍ଦ୍ରାପଡ଼ା ଜିଲାରୁ ୩ ଜଣ ଲେଖାଏ, ରାୟଗଡ଼ା, ପୁରୀ ଓ ନବରଙ୍ଗପୁର ଜିଲାରୁ ୨ ଜଣ ଲେଖାଏ ଏବଂ ଗଜପତି, ଗଞ୍ଜାମ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ଗତ ସପ୍ତାହକ ମଧ୍ୟରେ ରାଜ୍ୟରୁ ୧୭୧ ମୁଣ୍ଡ ନେଲାଣି କରୋନା।
ଗତ ସୋମବାର ୨୨, ମଙ୍ଗଳବାର ୨୨, ବୁଧବାର ୨୧, ଗୁରୁବାର ୨୫, ଶୁକ୍ରବାର ୨୭ ଓ ଶନିବାର ୨୬ ଜଣ ପ୍ରାଣ ହରାଇବା ପରେ ଆଜି ରବିବାର ୨୮ ଆକ୍ରାନ୍ତ ଆଖିବୁଜିଛନ୍ତି।
ରବିବାର ତଥ୍ୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲାରେ ମୋଟ ମୃତ୍ୟୁ ସଂଖ୍ୟା ୪୩୫କୁ ବୃଦ୍ଧି ପାଇଛି। ସେହିପରି ଅନୁଗୋଳ ଜିଲାରେ ୭୨, ଗଜପତି ଜିଲାରେ ୪୭, ଗଞ୍ଜାମରେ ୨୭୩, କଳାହାଣ୍ଡିରେ ୮୬, କେନ୍ଦ୍ରାପଡ଼ାରେ ୩୮, ନବରଙ୍ଗପୁରରେ ୧୯, ପୁରୀରେ ୧୫୧, ରାୟଗଡ଼ାରେ ୯୭ ଏବଂ ସୁନ୍ଦରଗଡ଼ରେ ୨୪୨ ଜଣଙ୍କ ପ୍ରାଣହାନୀ ଘଟିଲାଣି।

Khansweb Solution Bhubaneswar

Leave A Reply

Your email address will not be published.