୭୫ ମିନିଟରେ ମିଳିବ କରୋନା ସ°କ୍ରମଣ ଫଳାଫଳ। ନିଜ ଘରେ କରିପାରିବେ ପରୀକ୍ଷା।

ନୂଆଦିଲ୍ଲୀ,୨୨/୫(ବ୍ୟୁରୋ): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‍ଡିଓ) ଆଣ୍ଟିବଡି ପରୀକ୍ଷା ନିମନ୍ତେ ଡିପକୋଭାନ୍‍ ନାମକ ଏକ କିଟ୍‍ ପ୍ରସ୍ତୁତ କରିଛି। ଏହି କିଟ୍‍ ସେରୋସର୍ଭେଲାନ୍ସ କ୍ଷେତ୍ରରେ ଅତ୍ୟନ୍ତ ଫଳପ୍ରଦ ବୋଲି କୁହାଯାଇଛି। ଏହି କିଟ୍‍ ସହାୟତାରେ କୋଭିଡ୍‍-୧୯ ମହାମାରୀ ଏବଂ କୌଣସି ବ୍ୟକ୍ତି ପୂର୍ବରୁ କରୋନା ଭୂତାଣୁ ସଂକ୍ରମର ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ଜଣାପଡ଼ିବ। ଡିଆର୍‍ଡିଓ କହିଛି, ଏହି କିଟ୍‍ର ଫଳାଫଳ ୯୯ ପ୍ରତିଶତ ସଫଳ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି କିଟ୍‍ ଆସନ୍ତା ମାସ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ। କେବଳ ୭୫ ମିନିଟ୍‍ ସମୟ ମଧ୍ୟରେ ଏଥିରୁ ଫଳାଫଳ ଜାଣି ହେବ। ମାତ୍ର ୭୫ ଟଙ୍କାରେ ମିଳିବାକୁ ଥିବା ଏହି କିଟ୍‍ ୧୮ ମାସ ଯାଏଁ କାର୍ଯ୍ୟ କରିବ।
ଦିଲ୍ଲୀର କେତେକ ହସ୍ପିଟାଲରେ ୧ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କ କ୍ଷେତ୍ରରେ ଏହି କିଟ୍‍ର ସଫଳ ପରୀକ୍ଷଣ କରାଯାଇଛି ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଗତ ମାସରେ ଏହାକୁ ସ୍ୱୀକୃତି ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‍ଡିଓର ଏଭଳ ସଫଳ ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଛନ୍ତି।