banner
Breaking

ରାଜ୍ୟରେ ଆଜି ପୁଣି ୧୧,୧୦୮ ପଜିଟିଭ ଚିହ୍ନଟ ଓ ୨୬ ମୃତ।

0

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ପୁଣି ୧୧,୧୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬,୨୧୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୪,୮୮୯ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୪୫୧, କଟକରୁ ୯୪୪, ଅନୁଗୋଳରୁ ୮୬୪ ଓ ସୁନ୍ଦରଗଡ଼ରୁ ୭୦୮ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୫୦୯, ବରଗଡ଼ ୩୩୯, ଭଦ୍ରକ ୪୮୯, ବଲାଙ୍ଗୀର ୨୯୮, ବୌଦ୍ଧ ୨୭୩, ଦେବଗଡ଼ ୧୨୫, ଢ଼େଙ୍କାନାଳ ୧୩୧, ଗଜପତି୧୫୭, ଗଞ୍ଜାମ ୨୧୪, ଜଗତସିଂହପୁର ୩୧୮, ଯାଜପୁର ୩୯୬, ଝାରସୁଗୁଡ଼ା ୧୧୩, କଳାହାଣ୍ଡି ୩୯, କନ୍ଧମାଳ ୧୩୨, କେନ୍ଦ୍ରାପଡ଼ା ୧୫୦, କେନ୍ଦୁଝର ୧୬୯, କୋରାପୁଟ ୨୫୧, ମାଲକାନଗିରି ୧୦୦, ମୟୁରଭଞ୍ଜ ୬୩୫, ନବରଙ୍ଗପୁର ୩୫୭, ନୟାଗଡ଼ ୩୩୨, ନୂଆପଡ଼ା ୧୧୪, ପୁରୀ ୪୭୩, ରାୟଗଡ଼ା ୨୦୯, ସମ୍ବଲପୁର ୩୮୪, ସୋନପୁର ୧୮୦ ଓ ଷ୍ଟେଟ ପୁଲରୁ ୨୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୯,୫୩୦ରେ ପହଞ୍ଚିଛି। ସେଥିମଧ୍ୟରୁ ୫,୬୭,୩୮୨ଜଣ ସୁସ୍ଥ ହୋଇଥିବା ବେଳେ ୧,୦୯,୬୩୯ ସକ୍ରିୟ ମାମଲା ରହିଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୧ଟି ଜିଲାରୁ କରୋନାଜନିତ ହୋଇଥିବା ମୃତ୍ୟୁରେ ସର୍ବାଧିକ କଳାହାଣ୍ଡିରୁ ୪ଜଣ ରହିଛନ୍ତି। ସେହିପରି ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରୁ ୩ଜଣ ଲେଖାଏ ପ୍ରାଣ ହରାଇଥିବା ବେଳେ ଅନୁଗୋଳ, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି, ନୂଆପଡ଼ା, ବୌଦ୍ଧ, ଗଜପତି ଓ କୋରାପୁଟରୁ ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.