banner
Breaking

ରାଜ୍ୟରେ ଆଜି ୧୧,୪୯୮ ପଜିଟିଭ ଚିହ୍ନଟ ଓ ୨୫ ମୃତ।

0

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୪୩୯ କ୍ୱାରାଣ୍ଟାଇନ୍‌ର ହୋଇଥିବା ବେଳେ ୫,୦୫୯ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୪୯୭, କଟକରୁ ୧୧୦୭ ଓ ସୁନ୍ଦରଗଡ଼ରୁ ୭୦୩ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୮୬୭, ବାଲେଶ୍ୱରରୁ ୫୨୪, ବରଗଡ଼ ୩୯୫, ଭଦ୍ରକ ୧୩୪, ବଲାଙ୍ଗୀର ୨୯୪, ବୌଦ୍ଧ ୩୧୩, ଦେବଗଡ଼ ୧୧୪, ଢ଼େଙ୍କାନାଳ ୨୫୧, ଗଜପତି ୮୬, ଗଞ୍ଜାମ ୨୨୮, ଜଗତସିଂହପୁର ୩୨୫, ଯାଜପୁର ୩୭୮, ଝାରସୁଗୁଡ଼ା ୨୪୭, କଳାହାଣ୍ଡି ୨୦୫, କନ୍ଧମାଳ ୧୦୧, କେନ୍ଦ୍ରାପଡ଼ା ୨୦୪, କେନ୍ଦୁଝର ୧୯୩, କୋରାପୁଟ ୨୬୬, ମାଲକାନଗିରି ୧୧୦, ମୟୁରଭଞ୍ଜ ୫୩୮, ନବରଙ୍ଗପୁର ୩୪୬, ନୟାଗଡ଼ ୩୮୨, ନୂଆପଡ଼ା ୧୫୨, ପୁରୀ ୪୨୪, ରାୟଗଡ଼ା ୨୩୩, ସମ୍ବଲପୁର ୩୯୩, ସୋନପୁର ୨୨୭ ଓ ଷ୍ଟେଟ ପୁଲରୁ ୨୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୫,୮୯୯ରେ ପହଞ୍ଚିଛି। ସେଥିମଧ୍ୟରୁ ୫,୪୬,୬୩୧ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୮୧୨ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ସର୍ବାଧିକ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲାରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନୁଗୋଳରୁ ୩ ଓ ରାୟଗଡ଼ା, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ସେହିଭଳି ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଢ଼େଙ୍କାନାଳ, କେନ୍ଦୁଝର ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.