banner
Breaking

ରାଜ୍ୟରେ ଆଜି ପୁଣି ୧୦,୩୨୧ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୩୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫,୭୭୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪,୫୪୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୩୩ ହଜାର ୩୦୨ରେ ପହଞ୍ଚିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୫୬୬ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୪୭୧, ବାଲେଶ୍ୱରରୁ ୨୬୯, ବରଗଡ଼ରୁ ୩୨୦, ଭଦ୍ରକରୁ ୩୫୦, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୨୫୦, କଟକରୁ ୭୩୧, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୭୭, ଗଜପତିରୁ ୫୬, ଗଞ୍ଜାମରୁ ୨୦୩, ଜଗତ୍‌ସିଂହପୁରରୁ ୧୫୯, ଯାଜପୁରରୁ ୩୩୦, ଝାରସୁଗୁଡ଼ାରୁ ୩୧୨, କଳାହାଣ୍ଡିରୁ ୫୯୯, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୧୬୨, କେନ୍ଦୁଝରରୁ ୨୦୪ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୩୩୮, ମାଲକାନଗିରିରୁ ୭୭, ମୟୂରଭଞ୍ଜରୁ ୪୫୮, ନବରଙ୍ଗପୁରରୁ ୩୩୪ , ନୟାଗଡ଼ରୁ ୨୭୩ , ନୂଆପଡ଼ାରୁ ୧୪୫, ପୁରୀରୁ ୪୭୨, ରାୟଗଡ଼ାରୁ ୧୬୩, ସମ୍ବଲପୁରରୁ ୪୦୫ ସୁବର୍ଣ୍ଣପୁରରୁ ୭୩ ଓ ସୁନ୍ଦରଗଡ଼ରୁ ୮୧୯ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୪୬ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.