banner
Breaking

କରୋନାରେ ମୃତକଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୧୫ ହଜାର ଟଙ୍କା।

0

ଅମରାବତୀ,୧୭।୫: କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ସହାୟତା ରାଶି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କରୋନାର ଦ୍ୱିତୀୟ ଲହରୀରେ ଆନ୍ଧ୍ରପ୍ରଦେଶ ଅଧିକ ପ୍ରଭାବିତ ହୋଇଛି। ଦୈନିକ ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିପରି ଶତାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଇତିମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ କୋଭିଡ ହସ୍ପିଟାଲ କରିବାକୁ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ସରକାର ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ୧୩ଟି ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.