banner
Breaking

ରାଜ୍ୟରେ ଆଜି ପୁଣି ୧୦,୭୫୭ ପଜିଟିଭ ଚିହ୍ନଟ ଓ ୨୨ ମୃତ।

0

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୧୦,୭୫୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରାଣ୍ଟାଇନ୍‌ରୁ ଥିଲାବେଳେ ୪୭୩୩ଟି ହେଉଛି ଲୋକାଲ କେସ।
ଆଜି କଟକ ଜିଲାରୁ ସର୍ବାଧିକ ୯୭୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୯୦୯ ଜଣ, ସୁନ୍ଦରଗଡ ଜିଲାରୁ ୮୩୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୬୦୬, ସମ୍ବଲପୁର ୪୯୪, ମୟୂରଭଞ୍ଜରୁ ୪୫୪, ବରଗଡ଼ରୁ ୪୦୪, ଝାରସୁଗୁଡ଼ାରୁ ୩୮୮, ନୟାଗଡ଼ ୨୨୭, ପୁରୀରୁ ୩୫୦, ନୂଆପଡ଼ାରୁ ୫୦୨ ଜଣ, ଯାଜପୁରରୁ ୨୮୧, ଜଗତସିଂହପୁରରୁ ୨୧୯, କଳାହାଣ୍ଡିରୁ ୧୨୫, ଗଞ୍ଜାମରୁ ୨୦୯, ବୌଦ୍ଧରୁ ୧୩୩, ଢେଙ୍କାନାଳରୁ ୨୮୯, ଭଦ୍ରକରୁ ୪୪୩, ବଲାଙ୍ଗୀରରୁ ୫୦୭, ସୁବର୍ଣ୍ଣପୁରରୁ ୨୪୫, କେନ୍ଦ୍ରାପଡା ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ରାୟଗଡା ୧୩୬, ଦେବଗଡ ୧୦୨, ଗଜପତିରୁ ୧୪୧, କନ୍ଧମାଳରୁ ୮୭, ମାଲକାନଗିରିରୁ ୧୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୬ ହଜାର ୬୧ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ସୋମବାର କରୋନାରେ ୨୨ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୩୩୫ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ବୌଦ୍ଧ, କୋରାପୁଟ, ନୂଆପଡା, ରାୟଗଡା, ଓ ସୁନ୍ଦରଗଡରୁ ସର୍ବାଧିକ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି। ଅନୁଗୋଳ ଜିଲାରୁ ୨ ଜଣ ପ୍ରାଣ ହରାଇଛନ୍ତି। ପୁରୀ ଓ ଗଜପତି ଜିଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.