banner
Breaking

କରୋନା ମୁକାବିଲା ପାଇଁ ଗଠିତ ହେଲା ଉପଦେଷ୍ଟା କମିଟି।

0

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର ଶନିବାର ଅପରାହ୍ନରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ ଓଡ଼ିଶାର ୧୦ ଜିଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆମ ରାଜ୍ୟ କରୋନା ମୁକାବିଲା କରିବାରେ ଧୀରେ ଧୀରେ ସକ୍ଷମ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଏକ ଉପଦେଷ୍ଟା କମିଟି ଗଠନ କରିଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡା. ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ରହିଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା ପ୍ରମୁଖ ଏହି କମିଟିର ସଦସ୍ୟ ରହିଛନ୍ତି। କମିଟି ଟିକାକରଣ ଏବଂ ପରବର୍ତ୍ତୀ ଲହର ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

Khansweb Solution Bhubaneswar

Leave A Reply

Your email address will not be published.