banner
Breaking

ରୋଗୀଙ୍କ ଅକ୍ସିଜେନ୍ ମାତ୍ରା ବଢାଇବା ପାଇଁ ଆସିଲା ନୂଆ ଉପାୟ।

0

ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। କେତେକଙ୍କୁ ଭେଣ୍ଟିଲେଟରରେ ରଖାଯାଉଛି। କିଛି ଦେଶରେ ଅକ୍ସିଜେନ୍‌ ଅଭାବ ମଧ୍ୟ ଦେଖାଦେଇଛି। ଏପରିସ୍ଥଳେ ବୈଜ୍ଞାନିକ ଘୁଷୁରୀର ଅକ୍ସିଜେନ୍‌ ଗ୍ରହଣ ପ୍ରଣାଳୀ ଉପରେ ଅଧ୍ୟୟନ କରି ଏହି ଜ୍ଞାନକୌଶଳକୁ ମଣିଷଠାରେ ପ୍ରୟୋଗ କରିବାର ଉଦ୍ୟମ କରୁଛନ୍ତି। ଘୁଷୁରୀ ମଳଦ୍ୱାରରେ ମଧ୍ୟ ଅକ୍ସିଜେନ୍‌ ଗ୍ରହଣ କରିଥାଏ। ଏହା ଫୁସ୍‌ଫୁସ୍‌ ଦୁର୍ବଳ ଥିବାରୁ ପ୍ରକୃତି ଘୁଷୁରୀଠାରେ ଏଭଳି ପ୍ରଣାଳୀ ସୃଷ୍ଟି କରିଛି। ସେହିପରି ପଦ୍ଧତି ଗୁରୁତର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ କରାଗଲେ ସୁଫଳ ମିଳିପାରିବ ବୋଲି ଜାପାନର ଟୋକିଓ ମେଡିକାଲ ଏବଂ ଡେଣ୍ଟାଲ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ତାକାନୋରି ତାକେବେ ସୂଚନା ଦେଇଛନ୍ତି। ଏସମ୍ପର୍କିତ ଏକ ରିପୋର୍ଟ ସେଲ୍‌ ପତ୍ରିକାରେ ପ୍ରକାଶ ପାଇଛି। ମଧୁର ଜଳରେ ବାସ କରୁଥିବା କେତେକ ମାଛ ମଧ୍ୟ ପାଣିରେ ଏଭଳି ପ୍ରକ୍ରିୟାରେ ଅକ୍ସିଜେନ୍‌ ଗ୍ରହଣ କରିଥାନ୍ତି। ମଣିଷ କ୍ଷେତ୍ରରେ ଏହି ପ୍ରକ୍ରିୟା ଲାଗୁ ପାଇଁ କେତେକ ନିର୍ଦ୍ଦିଷ୍ଟ ଔଷଧ ଏବଂ ଉପକରଣର ଆବଶ୍ୟକ ହୋଇଥାଏ ବୋଲି ସେ କହିଛନ୍ତି। ଘୁଷୁରୀଙ୍କ ମଳଦ୍ୱାରରେ ପେରଫ୍ଲୋରୋକାର୍ବନ ତରଳ ପଦାର୍ଥ ଏନିମା ଭାବେ ପ୍ରୟୋଗ କରାଯାଇ ସଫଳତା ମିଳିଛି। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଏଭଳି ଜ୍ଞାନକୌଶଳର ପ୍ରୟୋଗ କରାଯାଇଥାଏ। ଏହାଦ୍ୱାରା ରକ୍ତରେ ଅକ୍ସିଜେନ୍‌ର ସ୍ତରରେ ବୃଦ୍ଧି ଘଟିପାରିଥାଏ। ଏହି ପ୍ରଣାଳୀର ପ୍ରୟୋଗ ଭେଣ୍ଟିଲେଟରରେ ଥିବା କରୋନା ଆକ୍ରାନ୍ତଙ୍କଠାରେ କରାଗଲେ ସେମାନଙ୍କର ଅକ୍ଦିଜେନ୍‌ ସ୍ତର ମଧ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି ତାକେବେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.