banner
Breaking

ରାଜ୍ୟରେ ଆଜି ୧୧,୮୦୫ ଆକ୍ରାନ୍ତ ଚିହ୍ନଟ ଓ ୨୧ ମୃତ।

0

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୬୧୧ କ୍ୱାରାଣ୍ଟାଇନ୍‌ର ହୋଇଥିବା ବେଳେ ୫,୧୯୪ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୧୪ଜଣ, ସୁନ୍ଦରଗଡ଼ରୁ ୧୨୦୯ ଓ କଟକରୁ ୧୧୯୭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୬୬୮, ବାଲେଶ୍ୱରରୁ ୩୦୩, ବରଗଡ଼ ୪୨୧, ଭଦ୍ରକ ୩୦୦, ବଲାଙ୍ଗୀର ୩୫୮, ବୌଦ୍ଧ ୨୪୬, ଦେବଗଡ଼ ୧୦୯, ଢ଼େଙ୍କାନାଳ ୨୮୦, ଗଜପତି ୧୧୫, ଗଞ୍ଜାମ ୩୩୧, ଜଗତସିଂହପୁର ୨୭୪, ଯାଜପୁର ୩୯୨, ଝାରସୁଗୁଡ଼ା ୩୨୭, କଳାହାଣ୍ଡି ୩୭୭, କନ୍ଧମାଳ ୮୩, କେନ୍ଦ୍ରାପଡ଼ା ୧୪୭, କେନ୍ଦୁଝର ୧୮୮, କୋରାପୁଟ ୧୯୬, ମାଲକାନଗିରି ୯୪, ମୟୁରଭଞ୍ଜ ୩୭୪, ନବରଙ୍ଗପୁର ୨୩୯, ନୟାଗଡ଼ ୨୮୦, ନୂଆପଡ଼ା ୩୦୭, ପୁରୀ ୩୮୮, ରାୟଗଡ଼ା ୧୩୭, ସମ୍ବଲପୁର ୫୫୩, ସୋନପୁର ୨୧୪ ଓ ଷ୍ଟେଟ ପୁଲରୁ ୨୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୦,୪୯୨ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୯୧,୬୭୪ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୪୭୧ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ଅନୁଗୋଳ ଜିଲାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଭୁବନେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ଼, ପୁରୀ, ରାୟଗଡ଼ା, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ସେହିଭଳି କୋରାପୁଟ, ନୂଆପଡ଼ା, ଗଜପତି, ବୌଦ୍ଧରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.