banner
Breaking

କରୋନା ଆମର ବଡ ଶତ୍ରୁ। ମିଳିମିଶି ଲଢିବାକୁ ପଡିବ।

0

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାଢ଼େ ୯କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ୧୯,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି କିଶାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି। ଏହି ସମୟରେ ମୋଦି କୃଷକଙ୍କୁ ସମ୍ବୋଧିତ କରିବା ସହ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଧୈର୍ଯ୍ୟ ରଖିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହ ସେ କହିଛନ୍ତି, କରୋନା ମହାମାରୀ ଦେଶର ଏକ ଅଦୃଶ୍ୟ ଶତ୍ରୁ, ଯିଏ ବାରମ୍ବାର ରୂପ ବଦଳାଉଛି। କରୋନା ସହ ଆମ ସମସ୍ତଙ୍କୁ ମିଳିମିଶି ଲଢ଼େଇ କରିବାକୁ ପଡ଼ିବ। ଏଥିରେ ନା ଭାରତ ହାରିବ ନା ଦେଶବାସୀ ବୋଲି ମୋଦି କହିଛନ୍ତି। ସେହିପରି ଗତ କିଛି ସମୟରୁ ଯେଉଁମାନେ ନିଜ ଆତ୍ମୀୟଙ୍କୁ ହରାଇ ଯେଉଁ କଷ୍ଟ ସହୁଛନ୍ତି ତା’କୁ ମୁଁ ଅନୁଭବ କରିପାରୁଛି। ବର୍ତ୍ତମାନ କରୋନା ଭାଇରସ୍‌ ପରୀକ୍ଷା ନେଉଛି କିନ୍ତୁ ଆମକୁ ସାହସର ସହ ଲଢ଼େଇ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.