banner
Breaking

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ।

0

ଭୁବନେଶ୍ଵର,୨୭/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ତିନି ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି।ସେହିପରି ବାଲେଶ୍ୱରରୁ ମଧ୍ୟ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟଜଣେ ଯାଜପୁର ଜିଲାର ହୋଇଥିବା ସୂଚନା ମିଳିଛି। ଏଥିସହ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିଲା ବେଳେ ରାଜ୍ୟରେ ରୋଗୀ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି। ୧୧୧ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ବାସେୁଦେବପୁରର ହୋଇଥିବା ବେଳେ ସେ ୩୪ବର୍ଷୀୟ ପୁରୁଷ ଏବଂ ନିକଟରେ କୋଲକାତାରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ​ ରାଜ୍ୟରେ ସୋମବାର ଏପର୍ଯ୍ୟନ୍ତ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଆଜି ସକାଳେ ବାଲେଶ୍ୱରରେ ମଧ୍ୟ ୫ ଜଣ କରୋନା ଚିହ୍ନଟ ହୋଇଥିଲେ। ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

Khansweb Solution Bhubaneswar

Leave A Reply

Your email address will not be published.