banner
Breaking

ରାଜ୍ୟରେ ଆଜି ପୁଣି ୧୦,୯୮୨ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୧୨/୫(ବ୍ୟୁରୋ):ରାଜ୍ୟରେ ଆଜି ପୁଣି ୧୦, ୯୮୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧିପାଇଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୯୬୪, କଟକ ୮୮୫, ଅନୁଗୁଳ ୫୩୯, ସମ୍ବଲପୁର ୪୫୪, ବରଗଡ ୪୩୧, ବଲାଙ୍ଗୀରରୁ ୪୨୬ ଆକ୍ରାନ୍ତ ରହିଛନ୍ତି। ସେହିଭଳି ପୁରୀରୁ ୩୯୮, ଝାରସୁଗୁଡା ୩୮୦, ନୂଆପଡା ୩୭୮, କଳାହାଣ୍ଡି ୩୭୦, ଯାଜପୁର ୩୪୯, ନବରଙ୍ଗପୁରରୁ ୩୩୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୩୩୨, ବାଲେଶ୍ୱର ୩୦୩, କେନ୍ଦୁଝର ୨୫୩, ମୟୁରଭଞ୍ଜ ୨୩୯, ଜଗତସିଂହପୁର ୨୩୨, ଭଦ୍ରକ ୨୩୧, ସୁବର୍ଣ୍ଣପୁର ୨୧୫, ରାୟଗଡା ୨୧୬, କୋରାପୁଟ ୧୯୫, ନୟାଗଡ ୧୯୨, ଢେଙ୍କାନାଳ ୧୮୯, ବଉଦ ୧୮୦, ଗଞ୍ଜାମ ୧୭୭, କେନ୍ଦ୍ରାପଡା ୧୪୧, କନ୍ଧମାଳ ୧୩୪, ଦେବଗଡ ୧୨୭, ଗଜପତି ୧୧୧, ମାଲକାନଗିରିରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ପୁଣି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୨୨୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଲେଣି।

Khansweb Solution Bhubaneswar

Leave A Reply

Your email address will not be published.