banner
Breaking

ରାଜ୍ୟରେ ଆଜି ପୁଣି ୧୦,୦୩୧ ପଜିଟିଭ ଚିହ୍ନଟ ଓ ୧୭ ମୃତ //

0

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୧୦,୦୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୩,୪୦୮ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୩୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲାରୁ ୮୨୪ ଜଣ, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୋଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗିରରୁ ୨୭୪,ନୟାଗଡ଼ରୁ ୨୬୯, ଭଦ୍ରକରୁ ୨୪୮, ବାଲେଶ୍ୱରରୁ ୨୩୦, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡ଼ାରୁ ୨୪୩, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୁବର୍ଣ୍ଣପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୧୮, ଜଗତସିଂହପୁରରୁ ୧୧୫, ଗଜପତିରୁ ୮୯, କନ୍ଧମାଳରୁ ୭୫ ଓ ମାଲକାନଗିରିରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ୨୭୧ ଜଣ ଅଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଗୋଟିଏ ଦରେ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲାରୁ ଜଣେ ୪୧ ବର୍ଷ ବୟସ୍କ ପୁରୁଷ, ବଲାଙ୍ଗୀରରୁ ୬୦ ବର୍ଷ ପୁରୁଷ, ଭୁବନେଶ୍ୱରରୁ ୮୦ ବର୍ଷ ପୁରୁଷ ଏବଂ ଜଣେ ୪୫ ବର୍ଷ ବୟସ୍କା ମହିଳା, ଢେଙ୍କାନାଳ ଜିଲାର ୪୦ ବର୍ଷ ବୟସ୍କା ମହିଳା, ଖୋର୍ଦ୍ଧା ଜିଲାରୁ ୪୨ ବର୍ଷ ବୟସ୍କା ମହିଳା, କଳାହାଣ୍ଡି ଜିଲାରୁ ୪୨ ବର୍ଷ ବୟସ୍କା ମହିଳା ଓ ୪୭ ବର୍ଷ ପୁରୁଷ ଏବଂ ୩୫ ବର୍ଷ ବୟସ୍କ ଯୁବକ, ପୁରୀ ଜିଲାରୁ ୫୭ ବର୍ଷ ବୟସ୍କ ପୁରୁଷ ପ୍ରାଣ ହରାଇଛନ୍ତି। ସେହିଭଳି ପୁରୀ ଜିଲାରୁ ଜଣେ ୫୫ ବର୍ଷ ବୟସ୍କ ପୁରୁଷ, ରାୟଗଡାରୁ ୪୮ ବର୍ଷୀୟା ମହିଳା ଓ ୫୫ ବର୍ଷର ପୁରୁଷ ଏବଂ ୬୨ ବର୍ଷ ବୟସ୍କ ପୁରୁଷ, ସୁନ୍ଦରଗଡ ଜିଲାରୁ ୬୩ ବର୍ଷ ବୟସ୍କ ପୁରୁଷ ଏବଂ ୫୬ ବର୍ଷ ବୟସ୍କା ମହିଳା କରୋନାରେ ପ୍ରାଣ ହରାଇଛନ୍ତି। ଉକ୍ତ ଜିଲାରୁ ଜଣେ ୪୮ ବର୍ଷ ବୟସ୍କ ପୁରୁଷ ମଧ୍ୟ କରୋନା ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୧୯୭କୁ ବୃଦ୍ଧିପାଇଛି।

Khansweb Solution Bhubaneswar

Leave A Reply

Your email address will not be published.