banner
Breaking

ରାଜ୍ୟରେ ଆଜି ପୁଣି ୧୦,୬୩୫ ପଜିଟିଭ ଚିହ୍ନଟ ଓ ୧୯ ମୃତ।

0

ଭୁବନେଶ୍ୱର,୯/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ପଜିଟିଭ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧିପାଇଛି।
ଆଜି ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସୁନ୍ଦରଗଡରୁ ୯୩୪, କଟକ ୮୮୭, ସମ୍ବଲପୁର ୬୪୧, ଅନୁଗୁଳ ୫୫୯, କଳାହାଣ୍ଡି ୪୬୯, ଝାରସୁଗୁଡା ଜିଲାରୁ ୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ବରଗଡରୁ ୪୪୩, ପୁରୀ ୪୩୪, ନବରଙ୍ଗପୁର ୩୩୬, ନୂଆପଡା ୩୨୪, ବଲାଙ୍ଗିର ୩୧୮, ବାଲେଶ୍ୱରରୁ ୩୦୧, ଯାଜପୁରରୁ ୨୯୦, ଗଞ୍ଜାମ ୨୬୬ ଏବଂ ଷ୍ଟେଟପୁଲରୁ ୨୭୩, ମୟୁରଭଞ୍ଜରୁ ୧୭୯ ଏବଂ ବଉଦରୁ ୧୭୯ ଜଣ, ସୁବର୍ଣ୍ଣପୁରରୁ ୧୪୯, ଢେଙ୍କାନାଳ ୧୪୬, ଜଗତସିଂହପୁର ୧୪୦, ଦେବଗଡ ୧୩୭, କୋରାପୁଟ ୧୨୭, କେନ୍ଦ୍ରାପଡା ୧୧୭, ଗଜପତି ୧୦୧, ଭଦ୍ରକ ୧୦୦ଳ, ମାଲକାନଗିରି ୭୯, କନ୍ଧମାଳରୁ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ଗୋଟିଏ ଦିନରେ ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେମାନେ ସମସ୍ତେ କୋଭିଡ ସଂକ୍ରମିତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ, ବଲାଙ୍ଗୀର ୬୧ ବର୍ଷ ପୁରୁଷ, ଭୁବନେଶ୍ୱରର ୭୭ ବର୍ଷ ବୟସ୍କ ପୁରୁଷ, ଭଦ୍ରକ ଜିଲାର ୫୨ ବର୍ଷ ପୁରୁଷ, ଢେଙ୍କାନାଳ ଜିଲାର ୬୦ ବର୍ଷ ପୁରୁଷ, ଗଞ୍ଜାମର ୬୫ ବର୍ଷ ପୁରୁଷ, ଗଜପତିର ୫୨ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ସେହିଭଳି ଯାଜପୁର ଜିଲାର ଜଣେ ୩୦ ବର୍ଷ ବୟସ୍କ ଯୁବକ, ଝାରସୁଗୁଡା ଜିଲାର ୫୫ ବର୍ଷ ବୟସ୍କା ମହିଳା, ଖୋର୍ଦ୍ଧା ଜିଲାର ୫୬ ବର୍ଷ ପୁରୁଷ, ଖୋର୍ଦ୍ଧାର ଅନ୍ୟଜଣେ ୭୧ ବର୍ଷ ପୁରୁଷ, କଳାହାଣ୍ଡିର ୪୫ ବର୍ଷ ପୁରୁଷ, ସେହି ଜିଲାର ୩୫ ବର୍ଷ ପୁରୁଷ ଓ ଜଣେ ୪୩ ବର୍ଷ ବୟସ୍କ ପୁରୁଷ, ପୁରୀ ଜିଲାର ୬୨ ବର୍ଷ ବୟସ୍କା ମହିଳା ଥିବା ଜଣାଯାଇଛି। ସେହିଭଳି ରାୟଗଡା ଜିଲାରୁ ଜଣେ ୪୬ ବର୍ଷ ପୁରୁଷ, ସମ୍ବଲପୁରରୁ ୩୮ ବର୍ଷ ପୁରୁଷ, ସୁବର୍ଣ୍ଣପୁରରୁ ୨୨ ବର୍ଷ ଯୁବକ, ସୁନ୍ଦରଗଡ ଜିଲାରୁ ୨୮ ବର୍ଷ ବୟସ୍କ ଯୁବକଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧିପାଇଛି।

Khansweb Solution Bhubaneswar

Leave A Reply

Your email address will not be published.