banner
Breaking

ଠିକ୍ ସମୟରେ ନିଷ୍ପତ୍ତି ନେଇଛନ୍ତି ସରକାର। ୧୪ ରୁ କମିବ ସ°କ୍ରମଣ।

0

ଭୁବନେଶ୍ୱର,୮/୫(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁଛି। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ଚିହ୍ନଟ ହେଉଛି। ଏଭଳି ସ୍ଥିତି ଆଉ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଏଥିରେ କିଛି ଭୟ କରିବା ଆବଶ୍ୟକ ନାହିଁ। ଆଶା କରାଯାଉଛି ୫ରୁ ୬ଦିନ ପରେ ଅର୍ଥାତ ୧୪ ତାରିଖରୁ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ରାଜଧାନୀ ଡାକ୍ତରଖାନା ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି। ସେ କହିଛନ୍ତି, ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଉଥିଲା ରୋକିବାର ଏକମାତ୍ର ଉପାୟ ତାଲାବନ୍ଦ ଥିଲା। ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମୟରେ ସଠିକ୍‌ ନିଷ୍ପତ୍ତି ନିଆଯାଇଛି। ଏହା ସଂକ୍ରମଣକୁ ହ୍ରାସ କରିବାରେ ସହାୟକ ହେବ। ଲୋକେ ବାହାରେ ବୁଲାବୁଲି କରି ସଂକ୍ରମଣ ଧରି ଘରକୁ ଫେରିଛନ୍ତି। ତାଲାବନ୍ଦ ଦ୍ୱାରା ଘରେ ରହିବେ। ୫ ଦିନ ଭିତରେ ନିଶ୍ଚିତ ଭାବେ ଲକ୍ଷଣ ପ୍ରକାଶ ପାଇବ। ସେମାନେ ଚିହ୍ନଟ ହୋଇଯିବା ଦ୍ୱାରା ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିବ।

ସଂକ୍ରମଣ ଶୀର୍ଷ ଛୁଇଁଥିବାରୁ ଆଗକୁ ୪ ଦିନ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ୧୦ରୁ ୧୨ ହଜାର ଭିତରେ ଚିହ୍ନଟ ହେବା ସମ୍ଭାବନା ରହିଛି। ୧୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ। ରାଜ୍ୟରେ ପରୀକ୍ଷା ହାର ବୃଦ୍ଧି ପାଇଛି। ସେଥିପାଇଁ ପ୍ରତିଦିନ ସଂକ୍ରମିତ ଅଧିକ ବାହାରୁଛନ୍ତି। ସରକାରଙ୍କ ଉପଯୁକ୍ତ ବ୍ୟବସ୍ଥା ହେତୁ ମୁତ୍ୟୃହାର ମଧ୍ୟ କମ୍‌ ଅଛି। ସଂକ୍ରମଣ ହ୍ରାସ ପାଇଲେ ମୃତ୍ୟୁହାର ମଧ୍ୟ କମିବ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.