banner
Breaking

ରାଜ୍ୟରେ ଆଜି ପୁଣି ୧୧,୮୦୭ ପଜିଟିଭ ଚିହ୍ନଟ ଓ ସର୍ବାଧିକ ୨୧ ମୃତ।

0

ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ରାଜ୍ୟରେ ୧୧ ହଜାର ୮୦୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୫୧୨, କଟକରୁ ୧୦୫୨, ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ବରଗଡ଼ରୁ ୪୨୮, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଂଜାମରୁ ୩୪୧, ଯାଜପୁରରୁ ୩୦୨, ଷ୍ଟେଟ ପୁଲରୁ ୩୦୨, ନୂଆପଡ଼ାରୁ ୨୮୬, ବାଲେଶ୍ୱରରୁ ୨୬୦ ଓ କେନ୍ଦୁଝରରୁ ୨୨୧ ଜଣ, ସୁବର୍ଣ୍ଣପୁରରୁ ୨୧୦, ନୟାଗଡ଼ରୁ ୨୦୪, ବୌଦ୍ଧରୁ ୧୭୮, ଢେଙ୍କାନାଳରୁ ୧୭୭, ମୟୁରଭଞ୍ଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୪୫, ରାୟଗଡ଼ାରୁ ୧୩୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେବଗଡ଼ରୁ ୧୧୫, ଗଜପତିରୁ ୧୦୫ ଓ କନ୍ଧମାଳରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧୪ ଜିଲ୍ଲାରୁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି।

ଆଜି ମୃତକଙ୍କ ମଧ୍ୟରୁ ଚାରିଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବାବେଳେ ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ ଏବଂ କଟକରୁ ଦୁଇଜଣ ଲେଖାଁଏ ଓ ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୂଆପଡା ଏବଂ ପୁରୀ ଜିଲ୍ଲାରୁ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.