banner
Breaking

ଆଜି ରାଜ୍ୟରେ ସର୍ବାଧିକ ପଜିଟିଭ ୧୨,୨୩୮ ଚିହ୍ନଟ ଓ ୧୯ ମୃତ

0

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଜି କରୋନା ମହାମାରୀ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ରାଜ୍ୟରେ ୧୨,୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬,୯୧୪ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୫୩୨୪ଟି ଲୋକାଲ କେସ ରହିଛି।
ଆଜି ସୁନ୍ଦରଗଡ ଜିଲାରୁ ସର୍ବାଧିକ ୨୦୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲା। ଏଠାରୁ ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲାରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୋଳ ଜିଲାରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ ୪୭୫, ଭଦ୍ରକରୁ ୩୮୧,ଗଞ୍ଜାମରୁ ୩୧୨, ଯାଜପୁରରୁ ୩୧୮, ଝାରସୁଗୁଡା ୩୦୬ ଓ ପୁରୀରୁ ୩୬୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ଜିଲାରୁ ୨୬୦ ଜଣ, ବୌଦ୍ଧରୁ ୧୨୮, ଦେବଗଡ ୬୦, ଢେଙ୍କାନାଳରୁ ୧୪୨, ଗଜପତିରୁ ୯୧, ଜଗତସିଂହପୁରରୁ ୧୬୮, କନ୍ଧମାଳରୁ ୬୯, କେନ୍ଦ୍ରାପଡା ୧୯୨, କେନ୍ଦୁଝରରୁ ୧୭୯, କୋରାପୁଟରୁ ୧୩୦, ମାଲକାନଗିରିରୁ ୬୦, ମୟୂରଭଞ୍ଜରୁ ୨୫୭, ନବରଙ୍ଗପୁରରୁ ୨୮୨, ନୟାଗଡ ୧୯୪, ନୂଆପଡା ୨୯୦, ରାୟଗଡା ୨୦୧ ଓ ସୋନପୁରରୁ ୧୫୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ୍‌ରୁ ୩୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ହଜାର ୪୦୦କୁ ବୃଦ୍ଧି ପାଇଛି। ସେଥିରୁ ୮୬,୯୫୦ ଆକ୍ଟିଭ କେସ୍ ଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୪ ଲକ୍ଷ ୨୩ ହଜାର ୨୫୭ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣି ୧୯ ଜଣଙ୍କ ଜୀବନ ନେଇଛି କରୋନା।ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି। ଏନେଇ
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ ଏବଂ ଗଞ୍ଜାମରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଅନୁଗୋଳ, କଟକ, ଦେବଗଡ଼, ଝାରସୁଗୁଡ଼ା,ବଲାଙ୍ଗୀର, ଗଜପତି ଏବଂ କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.