banner
Breaking

କରୋନାର ନୂଆ ଷ୍ଟେନ ଦ୍ରୁତ ଗତିରେ ସ°କ୍ରମିତ ହେଉଛି।

0

କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ଦେଶ ବ୍ୟାପୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି। ଅନେକ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇଛି। ଏଭଳି ସ୍ଥିତିରେ ଆଉ ଏକ ନୂଆ ମ୍ୟୁଟାଣ୍ଟକୁ ଚିହ୍ନଟ କରିଛନ୍ତି ବୈଜ୍ଞାନିକ। ଏହାର ନାମ ହେଉଛି ‘ଏନ୪୪୦କେ’। ଅନ୍ୟ ଷ୍ଟ୍ରେନଗୁଡ଼ିକ ତୁଳନାରେ ଏହି ନୂଆ ଷ୍ଟ୍ରେନ ୧୦ରୁ ୧ ହଜାର ଗୁଣ ଅଧିକ ସଂକ୍ରାମକ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ନୂଆ ଷ୍ଟ୍ରେନ ଦେଶର କିଛି ଅଂଶରେ ଆତଙ୍କ ଖେଳାଇଥିବା ବୈଜ୍ଞାନିକମାନେ କହିଛନ୍ତି।

ଏକ ରିପୋର୍ଟ ଅନୁସାରେ, ଦେଶରେ ଏପ୍ରିଲ ୨୬ରୁ ମେ ୨ ମଧ୍ୟରେ ୨୬ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୨୩ ହଜାର ୮୦୦ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ବୈଜ୍ଞାନିକମାନେ ଏହି ନୂଆ ମ୍ୟୁଟାଣ୍ଟର ଅନୁସନ୍ଧାନ କରିଛନ୍ତି। ଏହି ନୂଆ ଷ୍ଟ୍ରେନ ଯୋଗୁ ହିଁ ଦେଶର କିଛି ଅଂଶରେ ୨ୟ ତରଙ୍ଗ ଚରମ ସୀମାରେ ପହଞ୍ଚିଛି।
ଆନ୍ଧ୍ରପ୍ରଦେଶର କୁର୍ନୁଲ ସହରରେ ପ୍ରଥମ ଥର ଲାଗି ଏନ୪୪୦କେ ମ୍ୟୁଟାଣ୍ଟ ଠାବ ହୋଇଥିଲା। ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସମେତ ଦେଶର ଅନେକ ଅଂଶରେ ଦ୍ରୁତଗତିରେ ବ୍ୟାପି ଚାଲିଛି। ୨ୟ ତରଙ୍ଗ ସମୟରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଯେତିକି ଲୋକ ସଂକ୍ରମିତ ହୋଇଛନ୍ତି ସେଥିରୁ ୧ ତୃତୀୟାଂଶଙ୍କଠାରେ ଏହି ନୂଆ ଷ୍ଟ୍ରେନ ଠାବ ହୋଇଛି।

ସୂଚନା ଅନୁସାରେ ଗତ ୨ ମାସ ମଧ୍ୟରେ ଦେଶର ୫୦ ପ୍ରତିଶତ ସଂକ୍ରମିତ କେବଳ ୪ଟି ରାଜ୍ୟରୁ ମିଳିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଉଛନ୍ତି କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼। ଏହି ରାଜ୍ୟଗୁଡ଼ିକରେ ନୂଆ ଷ୍ଟ୍ରେନ ବ୍ୟାପିସାରିଥିବା ଗବେଷଣାରୁ ସଙ୍କେତ ମିଳିଛି। ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଅଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମବି) ଏବଂ ଗାଜୟାବାଦର ଏକାଡେମୀ ଫର ସାଇଣ୍ଟିଫିକ ଆଣ୍ଡ ଇନୋଭେଶନ ରିସର୍ଚ୍ଚ (ଏସିଏସଆଇଆର)ର ବୈଜ୍ଞାନିକମାନେ ମିଳିତ ଭାବେ ଏହି ଗବେଷଣା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.