banner
Breaking

ରାଜ୍ୟରେ ଆଜି ପୁଣି ୧୦,୫୨୧ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦,୫୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ ଓ ସୁନ୍ଦରଗଡରୁ ୧୧୮୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୨୧କୁ ବୃଦ୍ଧିପାଇଛି। ସେହିପରି ଅନୁଗୁଳରୁ ୩୮୮, ବାଲେଶ୍ୱର ୯୭, ବରଗଡ ୫୪୩, ଭଦ୍ରକ ୧୫୮, ବଲାଙ୍ଗୀର ୩୧୪, ବଉଦ ୨୫୦, କଟକ ୯୬୩, ଦେବଗଡ ୮୮, ଢେଙ୍କାନାଳ ୮୮, ଗଜପତି ୧୧୩, ଗଞ୍ଜାମରୁ ୧୯୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଜଗତସିଂହପୁରରୁ ୨୧୭, ଯାଜପୁର ୩୭୩, ଝାରସୁଗୁଡା ୩୧୪, କଳାହାଣ୍ଡି ୩୭୧, କନ୍ଧମାଳ ୭୨, କେନ୍ଦ୍ରାପଡା ୧୨୧, କେନ୍ଦୁଝର ୧୯୪, କୋରାପୁଟ ୧୮୨, ମାଲକାନଗିରିରୁ ୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ମୟୁରଭଞ୍ଜରୁ ୨୮୮, ନବରଙ୍ଗପୁର ୪୦୪, ନୟାଗଡ ୨୨୪, ନୂଆପଡା ୩୦୪, ପୁରୀ ୩୧୯, ରାୟଗଡା ୧୪୦, ସମ୍ବଲପୁର ୪୬୦, ସୋନପୁରରୁ ୧୧୨ ଏବଂ ଷ୍ଟେଟପୁଲରୁ ୨୮୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ୧୦୩୬୭୪୧୮ ନମୁନା ପରୀକ୍ଷା କରାଯାଇଥିବାବେଳେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୧୬୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୧୬୪୦୩ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ରାଜ୍ୟରେ ସକ୍ରିମୟ ସଂକ୍ରମିତଙ୍କ ସଂଖ୍ୟା ୮୧୫୮୫ ରହିଛି।
ଅନ୍ୟପକ୍ଷରେ ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.