banner
Breaking

ବାଲେଶ୍ବରରୁ ଆଉ ୫ ପଜିଟିଭ୍।ରାଜ୍ୟରେ ଆକ୍ରାନ୍ତଙ୍କ ସ°ଖ୍ୟା ୧୦୮ ଛୁଇଁଲା।

0

ଭୁବନେଶ୍ୱର,୨୭/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୫ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି । ଏହି ୫ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି କି ପଶ୍ଚିମବଙ୍ଗ ଫେରନ୍ତା କି ନାହିଁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ଛୁଇଁଛି ।
କରୋନା ମୁକାବିଲା ପାଇଁ ଗତକାଲି ରାତିରେ ୨୨ଜଣ ବରିଷ୍ଠ ଆଇଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିମଧ୍ୟରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧୁସୁଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି । ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଜଣ ସୁସ୍ଥ ହୋଇଛନ୍ତି । ୭୨ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.