banner
Breaking

ଆବଶ୍ୟକ ନଥିଲେ ଆରଟିପିସିଆର ଟେଷ୍ଟ କରନ୍ତୁ ନାହିଁ : ଆଇସିଏମଆର

0

ନୂଆଦିଲ୍ଲୀ, ୫ା୫: କୋଭିଡ ପରୀକ୍ଷା ପାଇଁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ନୂତନ ଗାଇଡ୍‌ଲାଇନ ଜାରି ହୋଇଛି। ଆବଶ୍ୟକ ନ ଥିଲେ ଆର୍‌ଟି-ପିସିଆର୍‌ ଟେଷ୍ଟ ନ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ବିଶେଷ କରି ଲାବୋରେଟୋରୀଗୁଡ଼ିକ ଉପରୁ ଚାପ ହଟାଇବାକୁ ଏପରି ଗାଇଡ୍‌ଲାଇନ ଅଣାଯାଇଛି। ଏଥିରେ କୁହାଯାଇଛି, ଯଦି ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟରେ କରୋନା ପଜିଟିଭ ଆସେ ତେବେ ଆର୍‌ଟି-ପିସିଆର୍‌ କରାଇବା ଆବଶ୍ୟକ ନାହିଁ। ବର୍ତ୍ତମାନ ଦେଶରେ ୨,୫୦୬ ଲାବୋରେଟୋରିରେ କରୋନା ଟେଷ୍ଟ କରାଯାଉଛି। ନମୁନା ପରୀକ୍ଷା କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଅନେକ ସଂକ୍ରମିତ ହେବା ପରେ ଏତେ ସଂଖ୍ୟାରେ ଆର୍‌ଟି-ପିସିଆର ଟେଷ୍ଟ କରାଇବା କଷ୍ଟକର ହୋଇପଡ଼ୁଛି। ତେଣୁ ଆଣ୍ଟିଜେନ୍‌ ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯିବାକୁ ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.