banner
Breaking

ରାଜ୍ୟରେ ଆଜି ପୁଣି ୯୮୮୯ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୫/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୮୮୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ଗୋଟିଏ ଦିନରେ ୧୧୩୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
ସେହିଭଳି ଅନୁଗୁଳରୁ ୪୪୩, ବାଲେଶ୍ୱର ୧୫୧, ବରଗଡ ୪୮୩, ଭଦ୍ରକ ୫୨, ବଲାଙ୍ଗୀର ୩୨୬, ବଉଦ ୧୨୯, କଟକରୁ ୭୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୭୪, ଡେଙ୍କାନାଳରୁ ୯୦, ଗଜପତି ୧୧୭, ଗଞ୍ଜାମ ୩୧୦, ଜଗତସିଂହପୁର ୩୮୬, ଯାଜପୁର ୨୮୨, ଝାରସୁଗୁଡାରୁ ୩୮୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ଗୋଟିଏ ଦିନରେ କଳାହାଣ୍ଡିରୁ ୪୧୪, କେନ୍ଦୁଝର ୧୯୫, କନ୍ଧମାଳ ୫୨, କେନ୍ଦ୍ରାପଡା ୧୩୩, କୋରାପୁଟ ୯୪, ମାଲକାନଗିରିରୁ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବରେ ମୟୁରଭଞ୍ଜ ୨୪୩, ନବରଙ୍ଗପୁର ୪୧୪, ନୟାଗଡ ୨୨୩, ନୂଆପଡା ୩୩୫, ପୁରୀ ୪୩୬, ରାୟଗଡା ୧୨୯, ସମ୍ବଲପୁର ୪୭୦, ସୋନପୁରରୁ ୧୫୮ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି।
ଅଦ୍ୟାବଧି ରାଜ୍ୟରେ ମୋଟ ୧୦୩୧୯୧୦୪ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୪୮୯୬୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୧୦୨୨୭ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭୨୫୭ ରହିଛି।

ଅନ୍ୟପକ୍ଷରେ ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୧୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି ଗଜପତି ଓ କଳାହାଣ୍ଡି ଜିଲାରୁ ୩ ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡା ଓ ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏଁ, ପୁରୀ, ସମ୍ବଲପୁର, ଗଜପତି, କଳାହାଣ୍ଡି ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୧୦୪କୁ ବୃଦ୍ଧିପାଇଛି।

Khansweb Solution Bhubaneswar

Leave A Reply

Your email address will not be published.