banner
Breaking

ରାଜ୍ୟରେ ଆଜି ୮୯୧୪ ପଜିଟିଭ ଚିହ୍ନଟ ଓ ୫ ମୃତ।

0

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୮,୯୧୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୯୨ ଏବଂ କଟକରୁ ୫୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩୩୧, ବାଲେଶ୍ୱର ୧୭୯, ବରଗଡ଼ ୪୫୨, ଭଦ୍ରକ ୩୫୧, ବଲାଙ୍ଗୀର ୨୯୧, ବୌଦ୍ଧ ୧୭୫, ଦେବଗଡ଼ ୧୦୩, ଢେଙ୍କାନାଳ ୧୪୯, ଗଜପତି ୧୬୫, ଗଞ୍ଜାମ ୨୬୨, ଜଗତସିଂହପୁର ୧୦୯, ଯାଜପୁର ୨୩୨, ଝାରସୁଗୁଡ଼ା ୩୦୪, କଳାହାଣ୍ଡି ୨୩୬, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୩୨, କେନ୍ଦୁଝର ୧୦୪, କୋରାପୁଟ ୧୪୫, ମାଲକାନଗିରି ୭୩, ମୟୂରଭଞ୍ଜ ୧୩୪, ନବରଙ୍ଗପୁର ୪୩୩, ନୟାଗଡ଼ ୧୯୪, ନୂଆପଡ଼ା ୨୭୮, ପୁରୀ ୫୩୦, ରାୟଗଡ଼ା ୧୫୭, ସମ୍ବଲପୁରରୁ ୫୨୦ ଏବଂ ସୋନପୁରରୁ ୧୨୧ ଜଣ ଓ ଷ୍ଟେଟ୍‌ ପୁଲ୍‌ ରୁ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ପୁଣି ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ରେ ପହଞ୍ଚିଥିବା ବେଳେ ୩,୯୭,୫୭୫ଜଣ ସୁସ୍ଥ ହୋଇଛନ୍ତି। ୭୧,୮୩୫ ଜଣ ଚିକିିତ୍ସିତ ହେଉଛନ୍ତି। ୨୦୭୩ ଜଣଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.