banner
Breaking

କରୋନା ପାଇଁ ବ୍ୟବହୃତ ନକଲି ଇଞ୍ଜେକ୍ସନ୍ କିପରି ଚିହ୍ନିବେ।

0

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ର ନକଲି କାରବାର ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତେବେ କେଉଁ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ ଅସଲି ଏବଂ କିଏ ନକଲି ତାହା ଜାଣିବା ପାଇଁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ଏକ ସୂଚନା ଜାରି ହୋଇଛି। ନକଲି ଇଞ୍ଜେକଶନ୍‌ରେ ରେମ୍‌ଡେସିଭିର୍‌ର ସ୍ପେଲିଙ୍ଗ୍‌ରେ ଭୁଲ୍‌ ରହିଥାଏ। ସେହିପରି ଅସଲି ରେମ୍‌ଡେସିଭିର୍‌ ଇଞ୍ଜେକ୍‌ଶନ୍‌ରେ ଫର୍‌ ୟୁଜ୍‌ ଇନ୍‌ ଇଣ୍ଡିଆ ଲେଖା ହୋଇଥିବାବେଳେ ନକଲିରେ ୟୁଜ୍‌ ସ୍ଥାନରେ ଡି ଲେଟର ଯୋଡ଼ା ଯାଇ ୟୁଜଡ୍‌ ଲେଖାହୋଇଥାଏ। ସେହିପରି ଅସଲିରେ ପ୍ୟାକେଜିଂରେ ଆର୍‌ଏକ୍ସ୍‌ ଲେଖା ଯିବା ସହିତ ଇଞ୍ଜେକଶନ୍‌ ଉପରେ ମଧ୍ୟ ଆର୍‌ଏକ୍ସ୍‌ ଲେଖାଥାଏ। ମାତ୍ର ନକଲିରେ ଏସବୁ ନ ଥାଏ। ସେହିପରି ମାନ୍ୟୁଫାକଚରିଂ ଠିକଣା ନକଲି ଇଞ୍ଜେକ୍‌ଶନ୍‌ରେ ଭୁଲ୍‌ ରହିଥାଏ ବୋଲି ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ୍‌ର ଡିସିପି ମୋନିକା ଭରଦ୍ୱାଜ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.