banner
Breaking

ରାଜ୍ୟରେ ଆଜି ପୁଣି ୮୦୧୫ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ୱର,୨/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୮୦୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରାଣ୍ଟାଇନ ସେଣ୍ଟରରୁ ୪୫୬୮ ଜଣ ଚିହ୍ନଟ ହୋଇଥିବାବେଳେ ୩୪୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୯୧ ହଜାର ୪୮ ଜଣ ସୁସ୍ଥ ହୋଇଥିଲା ବେଳେ ୬୯,୪୫୩ ଜଣ ସକ୍ରିୟ ସ°କ୍ରମିତ ଅଛନ୍ତି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ଜଣ, ଅନୁଗୁଳରୁ ୫୨୫, ବାଲେଶ୍ୱର ୧୦୦, ବଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବଉଦ ୧୦୩, କଟକ ୪୮୨, ଦେବଗଡ ୧୦୧, ଢେଙ୍କାନାଳରୁ ୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଗଜପତିରୁ ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬, କଳାହାଣ୍ଡି ୧୭୪, କନ୍ଧମାଳ ୬୧, କେନ୍ଦ୍ରାପଡା ୭୦, କେନ୍ଦୁଝର ୭୫, କୋରାପୁଟ ୧୨୭, ମାଲକାନଗିରି ୩୬, ମୟୁରଭଞ୍ଜ ୧୯୯, ନବରଙ୍ଗପୁର ୩୨୦, ନୟାଗଡ ୧୮୭, ନୂଆପଡା ୨୬୪, ପୁରୀ ୩୦୬, ରାୟଗଡା ୧୫୪, ସମ୍ବଲପୁର ୪୪୧, ସୋନପୁର ୨୦୭, ସୁନ୍ଦରଗଡରୁ ୭୩୫ ଏବଂ ଷ୍ଟେଟ ପୁଲରୁ ୨୩୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷରେ ଆଜି ପୁଣି ୧୪ ମୁଣ୍ଡ ନେଇଛି କରୋନା। ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାୟଗଡା ଜିଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବାବେଳେ କେନ୍ଦୁଝରରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଭଦ୍ରକ, ବଲାଙ୍ଗୀର, ବଉଦ, ଦେବଗଡରୁ ମଧ୍ୟ ଜଲେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୬୮କୁ ବୃଦ୍ଧିପାଇଛି।

Khansweb Solution Bhubaneswar

Leave A Reply

Your email address will not be published.