banner
Breaking

ଅକ୍ଟୋବରରେ ଆସିବ କରୋନାର ତୃତୀୟ ଲହର।

0

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ତେବେ ପୁଣି ବିପଦ ଘନେଇବାରେ ଲାଗିଛି। କରୋନାର ତୃତୀୟ ଲହର ଚଳିତ ବର୍ଷ ଅକ୍ଟୋବରରେ ଆସିବ ବୋଲି କର୍ନାଟକର ଟେକ୍ନିକାଲ କମିଟି (ଟିଏସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଟିଏସିର ରିପୋର୍ଟରେ ଦର୍ଶାଯାଇଛି ଯେ, କର୍ନାଟକରେ ଅକ୍ଟୋବର-ନଭେମ୍ବରରେ ଏହି ଲହର ଆରମ୍ଭ ହେବ। ଏହା ଦ୍ୱାରା ଯୁବବର୍ଗ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକାଦାନ କରାଯାଇ ସାରିଛି। ତେଣୁ ସେମାନେ ସୁରକ୍ଷିତ ରହିବେ। ତେବେ ଯୁବବର୍ଗଙ୍କ ଟିକାକାରଣ ଅକ୍ଟୋବର ବେଳକୁ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବ । ତେଣୁ ସେମାନଙ୍କଠାରେ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଥିବା ଟିଏସି ରିପୋର୍ଟରେ ପ୍ରକାଶ ପାଇଛି। ଏହା ସହିତ ଛୋଟପିଲାଙ୍କ ପ୍ରତି ମଧ୍ୟ ବିପଦ ରହିଥିବା ରିପୋର୍ଟରେ କୁହାଯାଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଟିଏସି ପକ୍ଷରୁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.