banner
Breaking

ରାଜ୍ୟରେ ଆଜି ୧୦,୪୧୩ ପଜିଟିଭ ଚିହ୍ନଟ, ପୁଣି ୧୧ ମୃତ।

0

ଭୁବନେଶ୍ୱର,୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସ°କ୍ରମଣ ହୁ ହୁ ହୋଇ ବଢିଚାଲିଛି । ୨୪ଟି ଜିଲ୍ଲାରେ ଆଜି ୧୦୦ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ରାଜ୍ୟରେ ପୁଣି ୧୦ ହଜାର ୪୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବଧିକ ୧୭୯୭ ଜଣ,ସୁନ୍ଦରଗଡରୁ ୧୧୦୦, କଟକରୁ ୮୨୮, ପୁରୀରୁ ୫୩୩, ବରଗଡରୁ ୫୧୧, ଝାରସୁଗୁଡାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡାରୁ ୪୧୮, ଅନୁଗୁଳରୁ ୩୯୨, କଳାହାଣ୍ଡିରୁ ୩୭୬, ନବରଙ୍ଗପୁରରୁ ୩୭୮, ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭, ଜଗତସିଂହପୁରରୁ ୨୪୧, ଗଞ୍ଜାମରୁ ୨୩୨, ନୟାଗଡରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡାରୁ ୨୦୦, ବଲାଙ୍ଗିରରୁ ୧୬୦, ଗଜପତିରୁ ୧୫୬, ସୁବର୍ଣ୍ଣପୁରରୁ ୧୩୦, ,କେନ୍ଦୁଝରରୁ ୧୨୬, ବାଲେଶ୍ୱରରୁ ୧୨୪, ଦେବଗଡରୁ ୧୦୩, ବୌଦ୍ଧରୁ ୮୭, କେନ୍ଦ୍ରାପଡାରୁ ୭୭, କୋରାପୁଟରୁ ୬୮, କନ୍ଧମାଳରୁ ୫୫, ମାଲକାନଗିରିରୁ ୫୪, ଢେଙ୍କାନାଳରୁ ୪୨, ଷ୍ଟେଟ ପୁଲରୁ ୩୬୦, କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ୧୧ ଆକ୍ରାନ୍ତଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ରୁ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୫୪କୁ ବୃଦ୍ଧି ।

Khansweb Solution Bhubaneswar

Leave A Reply

Your email address will not be published.