banner
Breaking

ରାଜ୍ୟରେ ଆଜି ପୁଣି ୮୬୮୧ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ପୁଣି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧,୬୯୮ ଆକ୍ଟିଭ କେସ ଥିବା ବେଳେ ୩ଲକ୍ଷ ୭୮ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୪୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ଜିଲାରୁ ୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୩୦୪, ସୁନ୍ଦରଗଡ଼ରୁ ୭୪୫, ଝାରସୁଗୁଡ଼ାରୁ ୪୧୧, ବରଗଡ଼ରୁ ୪୨୩, କଳାହାଣ୍ଡି ଜିଲାରୁ ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲାରୁ ୧୬୦, ଅନୁଗୋଳ ଜିଲାରୁ ୩୨୫, ପୁରୀରୁ ୫୧୪, ଗଞ୍ଜାମରୁ ୧୯୮, ନବରଙ୍ଗପୁରରୁ ୩୬୮, କଟକରୁ ୫୭୦, ସମ୍ବଲପୁରରୁ ୪୧୦, ମୟୂରଭଞ୍ଜରୁ ୨୨୦, ନୟାଗଡ଼ରୁ ୧୬୦, ଯାଜପୁରରୁ ୩୨୧, ରାୟଗଡ଼ାରୁ ୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲାରୁ ୧୨୫, କୋରାପୁଟ ଜିଲାରୁ ୧୧୩, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରପଡାରୁ ୮୫, ଭଦ୍ରକରୁ ୧୦୨, ଦେବଗଡରୁ ୧୦୨ ଷ୍ଟେଟ ପୁଲ- ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ମୃତ୍ୟୁ ସ°ଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର କରୋନା ପୁଣି ୧୪ ଜଣଙ୍କ ମୁଣ୍ଡ ନେଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାତ ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ ୨ ଲେଖାଏ, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନା ପଜିଟିଭ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.