banner
Breaking

ରାଜ୍ୟରେ ତିନିଅଙ୍କ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା।

0

ଭୁବନେଶ୍ଵର ,୨୫/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ନେଇ ଓଡିଶା ତିନିଅଙ୍କ ଛୁଇଁଛି୍। ସେଥିମଧ୍ୟରୁ ଜଣେ ଯାଜପୁରରୁ ୩ ଜଣ ସୁନ୍ଦରଗଡରୁ। ସୁନ୍ଦରଗଡ ଜିଲାର ରାଉରକେଲାରୁ ଚିହ୍ନଟ ହୋଇଥିବା ୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏମାନଙ୍କ ମଧ୍ୟରେ ୨୩ବର୍ଷ, ୬୦ ବର୍ଷର ପୁରୁଷ ଓ ଜଣେ ୫୭ ବର୍ଷିୟ ମହିଳା ରହଛନ୍ତି। ସେହିଭଳି ପଜିଟିଭ୍‌ମାନଙ୍କ ମଧ୍ୟରୁ ଦୁଇଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ କରାଯାଇଥିବାବେଳେ ଅନ୍ୟ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟ ଆରମ୍ଭ ହୋଇଛି।
ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ  ମଧ୍ୟରୁ ଦୁଇଜଣ ବିଶ୍ରା ଗୁଡ଼ଗୁଡ଼ଜୋର ଓ ଅନ୍ୟ ଜଣେ ରାଉରକେଲା ନାଲା ରୋଡର ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ପୂର୍ବରୁ ସୁନ୍ଦରଗଡ଼ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମେ ୨ଜଣ ସୁସ୍ଥ ହୋଇଥିବା ବେଳେ ଶନିବାର ଅନ୍ୟ ଜଣେ ସୁସ୍ଥ ହୋଇଥିଲେ । ଯାହା ଫଳରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୁନ୍ଦରଗଡ ଜିଲାକୁ କରୋନା ମୁକ୍ତ ଘୋଷଣା କରିଥିଲା କିନ୍ତୁ ୨୪ ଘଣ୍ଟା ନପୁରୁଣୁ ପୁଣି  ଏବେ ୩ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାବାସୀଙ୍କ ଚିନ୍ତା ବଢିଯାଇଛି। ବର୍ତ୍ତମାନ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ସକ୍ରିୟ ପଜିଟିଭ୍‌ଙ୍କ ସଂଖ୍ୟା ୩ ରହିଛି ଏବଂ ୩ ସୁସ୍ଥ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.