banner
Breaking

ରାଜ୍ୟରେ ଆଜି ପୁଣି ୩୬୬୪ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୩,୬୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩୭ ଜଣ ସ୍ଥାନୀୟ ସ°କ୍ରମିତ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ରେ ପହଞ୍ଚିଛି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲାରୁ ସର୍ବାଧିକ ୭୦୪ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫୯, ବାଲେଶ୍ୱରରୁ ୩୯, ବରଗଡ଼ରୁ ୨୧୦, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୬, କଟକରୁ ୧୯୮, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତିରୁ ୬୩, ଗଞ୍ଜାମରୁ ୬୬, ଜଗତ୍‌ସିଂହପୁରରୁ ୬୮, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୧୮୩, କଳାହାଣ୍ଡିରୁ ୩୪୨, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୩୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୨୨୧ , ପୁରୀରୁ ୧୪୩, ରାୟଗଡ଼ାରୁ ୫୭, ସମ୍ବଲପୁରରୁ ୧୧୯ ସୁବର୍ଣ୍ଣପୁରରୁ ୧୬ ଓ ସୁନ୍ଦରଗଡ଼ରୁ ୩୪୦ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.