banner
Breaking

ରାଜ୍ୟରେ ଆଜି ୩୧୦୮ ଜଣ ପଜିଟିଭ ଚିହ୍ନଟ ଓ ୩ ମୃତ।

0

ଭୁବନେଶ୍ୱର,୧୬/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୩୧୦୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୮୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୧,୪୫୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଖୋର୍ଦ୍ଧା ଜିଲା କରୋନାର ନୂଆ ହଟସ୍ପଟ୍‍ ପାଲଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ସୁନ୍ଦରଗଡରୁ ୫୨୩ ଜଣ, କଟକରୁ ୧୬୩, ନବରଙ୍ଗପୁର ୧୫୬, ସମ୍ବଲପୁର ୧୫୩, ବାଲେଶ୍ୱର ୧୫୧, ନୂଆପଡା ୧୪୦, ବଲାଙ୍ଗୀର ୧୩୩, ବରଗଡ ୧୩୨, ପୁରୀରୁ ୧୧୪, କେନ୍ଦୁଝରରୁ ୧୦୪ ଜଣ, ଝାରସୁଗୁଡା ଜିଲାରୁ ୮୯, ଯାଜପୁର ୭୫, ମୟୁରଭଞ୍ଜ ୭୧, ଗଞ୍ଜାମ ୫୫, କଳାହାଣ୍ଡି ୫୫, ଭଦ୍ରକ ୫୩, ଅନୁଗୁଳ ୪୪, ସୁବର୍ଣ୍ଣପୁର ୪୨, ରାୟଗଡା ୩୮, ଜଗତସିଂହପୁର ୨୯, କୋରାପୁଟ ୨୩, କେନ୍ଦ୍ରାପଡା ୨୨, ଦେବଗଡ ୧୯, ଗଜପତି ୧୮, ୧୬, ନୟାଗଡ ୧୫, କନ୍ଧମାଳ ୧୦, ଢେଙ୍କାନାଳ ୧୬, ବୋଦ୍ଧ ୯, ମାଲକାନଗିରିରୁ ୩ ଜଣ ଏବଂ ଷ୍ଟେଟ ପୁଲରୁ ୧୧୮ ଜଣ ଚିହ୍ନଟ ହୋଇଛନ୍ତି।
ତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆଉ ୮୩୭ ଜଣ ସୁସ୍ଥ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ ୩ ଲକ୍ଷ ୪୨ ହଜାର ୫୭୦ ସୁସ୍ଥ ହୋଇଛନ୍ତି। ଏଥିସହିତ ଓଡ଼ିଶାରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୮୮୯ ରହିଛି। ଇତିମଧ୍ୟରେ ରାଜ୍ୟରେ ମୋଟ ୯ କୋଟି ୫୨ ଲକ୍ଷ ୮ହଜାର ୧୮୨ ଜଣଙ୍କର ନମୁନା ପରୀକ୍ଷା କରାଯାଇସାରିଲାଣି।
ଅନ୍ୟପକ୍ଷରେ ଆଜି ରାଜ୍ୟରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ୍‌ ମୃତକଙ୍କ ସଂଖ୍ୟା ୧୯୩୮ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.