banner
Breaking

ରାଜ୍ୟରେ ଆଜି ପୁଣି ୧୭୮୪ ପଜିଟିଭ ଚିହ୍ନଟ ଓ ଦୁଇ ମୃତ।

0

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। କରୋନାର ଦ୍ବିତୀୟ ଲହରରେ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ପୁଣି ୧୭୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩୫ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୭୪୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୩ ଲକ୍ଷ ୫୩ ହଜାର ୮୬ରେ ପହଞ୍ଚିଛି। ଏନେଇ
ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡ଼ା ଜିଲାରୁ ସର୍ବାଧିକ ୩୦୩ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୨୦, ବାଲେଶ୍ୱରରୁ ୭୨, ବରଗଡ଼ରୁ ୮୭, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୯୧, ବୌଦ୍ଧରୁ ୪, କଟକରୁ ୫୯, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୨, ଗଜପତିରୁ ୧୬, ଗଞ୍ଜାମରୁ ୮୦, ଜଗତ୍‌ସିଂହପୁରରୁ ୭, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫୪ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୧, କୋରାପୁଟରୁ ୧୦, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୧୪, ନୂଆପଡ଼ାରୁ ସର୍ବାଧିକ ୩୦୩ , ପୁରୀରୁ ୫୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୧୧୪ ସୁବର୍ଣ୍ଣପୁରରୁ ୬ ଓ ସୁନ୍ଦରଗଡ଼ରୁ ୨୪୧ ଅଛନ୍ତି।
ଅନ୍ୟପକ୍ଷେ ୨ ଜଣଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.