banner
Breaking

ସୋମବାର ରାଜ୍ୟରୁ ୧୭୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

0

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୧୭୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୨୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪ ଏବଂ ବାଲେଶ୍ୱରରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୪୩, ବରଗଡ଼ ୯୭, ଭଦ୍ରକ ୧୧, ବଲାଙ୍ଗୀର ୯୩, ବୌଦ୍ଧ ୫, କଟକ ୫୮, ଦେବଗଡ଼ ୯, ଢେଙ୍କାନାଳ ୨, ଗଜପତି ୧୪, ଗଞ୍ଜାମ ୯, ଜଗତସିଂହପୁର ୯, ଯାଜପୁର ୩୮, ଝାରସୁଗୁଡ଼ା ୪୩, କଳାହାଣ୍ଡି ୧୧୪, କେନ୍ଦ୍ରାପଡ଼ା ୨, କନ୍ଧମାଳ ୮, କେନ୍ଦୁଝର ୫୩, କୋରାପୁଟ ୯, ମାଲକାନଗିରି ୩, ମୟୂରଭଞ୍ଜ ୩୯, ନବରଙ୍ଗପୁର ୮୦, ନୟାଗଡ଼ ୭, ନୂଆପଡ଼ା ୯୬, ପୁରୀ ୫୪, ରାୟଗଡ଼ା ୩୫, ସମ୍ବଲପୁରରୁ ୧୨୧ ଏବଂ ସୋନପୁରରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୪୬

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଥିବା ବେଳେ ୩,୪୦,୦୬୨ ଜଣ ସୁସ୍ଥ ହୋଇଛନ୍ତି। ୯,୨୫୯ ଜଣ ଚିକିିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.