banner
Breaking

ସୁପ୍ରିମକୋର୍ଟର ଆଧା କର୍ମଚାରୀ କରୋନା ଆକ୍ରାନ୍ତ।

0

ନୂଆଦିଲ୍ଲୀ,୧୨।୪: ସୁପ୍ରିମ୍‌କୋର୍ଟର ଅଧାରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। କୋର୍ଟର ଅଧିକାଂଶ କ୍ଲର୍କ ଏବଂ ତଳିଆ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଦ୍ୱାରା କୋର୍ଟର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବିଚାରଧୀନ ମାମଲା ସହିତ ଅନ୍ୟାନ୍ୟ କାର୍ଯ୍ୟ ଭିଡ଼ିଓ କନଫରେନ୍ସିଂରେ କରାଯିବା ନେଇ କୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୋମବାରଠାରୁ ସମସ୍ତ ବିଚାରପତି ଘରେ ରହି ବିଭିନ୍ନ ଖଣ୍ଡପୀଠରେ ରହିଥିବା ମାମଲାର ବିଚାର କରିବେ। କୋର୍ଟ ପରିସର ସମେତ କୋର୍ଟରୁମ୍‌ ସାନିଟାଇଜ୍‌ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେଣୁ ଆଜି ସାନିଟାଇଜ୍‌ କାର୍ଯ୍ୟ ଶେଷହେବା ପରେ ବିଭିନ୍ନ ଖଣ୍ଡପୀଠର କାର୍ଯ୍ୟ ସାଢ଼େ ୧୦ଟା ପରିବର୍ତ୍ତେ ଏକ ଘଣ୍ଟା ବିଳମ୍ବରେ ସାଢ଼େ ୧୧ରେ ଆରମ୍ଭ ହେବ। ସେହିପରି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାକୁ ଥିବା ଖଣ୍ଡପୀଠଗୁଡ଼ିକର କାର୍ଯ୍ୟ ୧୨ଟାରେ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.