banner
Breaking

କ୍ୟାପିଟାଲ ହସ୍ପିଟାଲରେ ଦୁଇ ଡାକ୍ତର କରୋନା ପଜିଟିଭ।

0

ଭୁବନେଶ୍ୱର, ୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି। ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ସଙ୍ଗିନ ହେବାରେ ଲାଗିଛ। ଏହି କ୍ରମରେ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ସୂଚନାନୁଯାୟୀ, ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ୨ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଟେଷ୍ଟିଂ କରାଯାଇଛି। ସମସ୍ତେ ନେଗେଟିଭ ଅଛନ୍ତି। ସେମାନଙ୍କର ପୁଣି ଥରେ ଆର୍‌ଟିପିସିଆର୍‌ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.