banner
Breaking

କରୋନା କ୍ଷେତ୍ରରେ ଆସନ୍ତା ୪ ସପ୍ତାହ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ।

0

ନୂଆଦିଲ୍ଲୀ, ୬ା୪- ବିଭିନ୍ନ ରାଜ୍ୟରେ ମାଢ଼ି ଚାଲିଛି କରୋନା। ବର୍ତ୍ତମାନ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ନୂଆ ୯୭ ହଜାର ଆକ୍ରାନ୍ତ।

ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଡ. ଭି. କେ. ପଲ କହିଛନ୍ତି, ଗତ ଥର ଅପେକ୍ଷା କରୋନାର ଚଳିତ ଲହର ଦ୍ରୁତ ଗତିରେ ବ୍ୟାପୁଛି। କିଛି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। କିନ୍ତୁ ପୂରା ଦେଶରେ ବଢ଼ିବାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶ ପାଇଁ ଆସନ୍ତା ୪ ସପ୍ତାହ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କୋଭିଡ୍‌ର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାକୁ ହେଲେ ଦେଶବାସୀଙ୍କୁ ସକ୍ରିୟ ଅଂଶଗ୍ରହଣ କରିବାକୁ ପଡ଼ିବ। ମହାମାରୀ ସହ ଲଢ଼ିବା ପାଇଁ ଏବେ ମଧ୍ୟ ଉପକରଣ ସମାନ। କୋଭିଡ୍‌ ପାଇଁ ଉପଯୁକ୍ତ ଆଚାରଣ, କଣ୍ଟେନମେଣ୍ଟ ଜୋନ, ଅଧିକରୁ ଅଧିକ ଟେଷ୍ଟିଂ କରାଯିବା ଦରକାର, ମେଡିକାଲ ଭିତ୍ତିଭୂମୀ ବ୍ୟାପକ ଓ ଟିକା କରଣ ପ୍ରକ୍ରିୟା ବୃଦ୍ଧି କରାଯିବାର ଆବଶ୍ୟକତା ଅଛି।

Khansweb Solution Bhubaneswar

Leave A Reply

Your email address will not be published.