banner
Breaking

ରାଜ୍ୟରେ ଆଜି ପୁଣି ୨୧୮ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର, ୩୦।୩(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ରାଜ୍ୟରେ ଆଜି ପୁଣି ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮୯ ଜଣ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୦ ହଜାର ୬୨୦ରେ ପହଞ୍ଚିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡ଼ ଜିଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧୨, ବାଲେଶ୍ୱରରୁ ୬, ବଲାଙ୍ଗୀରରୁ ୯, କଟକରୁ ୧୬, ଢେଙ୍କାନାଳରୁ ୩, ଗଞ୍ଜାମରୁ ୬, ଜଗତ୍‌ସିଂହପୁରରୁ ୩, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୧, କେନ୍ଦୁଝରରୁ ୨, ଖୋର୍ଦ୍ଧା ରୁ ୨୫ ଆକ୍ରାନ୍ତ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩, ନୂଆପଡ଼ାରୁ ୨୯ , ପୁରୀରୁ ୨, ରାୟଗଡ଼ାରୁ ୩ ,ସମ୍ବଲପୁରରୁ ୧ ଓ ସୁନ୍ଦରଗଡ଼ରୁ ୨୬ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.